ନୟାଗଡ ଜିଲ୍ଲା ର ଦଳୀୟ କର୍ମକର୍ତ୍ତା ଙ୍କୁ ଭେଟିଲେ ନବୀନ ପଟ୍ଟନାୟକ.

0 1
  • ଜନଜାତି cell ବୈଠକ ରେ ମଧ୍ୟ ଯୋଗ ଦେଲେ

  • ସଂଗଠନ କୁ ମଜବୂତ କରିବା ପାଇଁ ପରାମର୍ଶ

  • ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ରେ ସକ୍ରିୟ ରହିବାକୁ ପରାମର୍ଶ ଦେଲେ ନବୀନ ପଟ୍ଟନାୟକ

 ଭୁବନେଶ୍ୱର: ଆଜି ଶଙ୍ଖ ଭବନ ଠାରେ ନୟାଗଡ ଜିଲ୍ଲା ର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦ ଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା |

ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା. ନୟାଗଡ଼ ର ବିକାଶ ପାଇଁ ବିଜେଡି ସରକାର ସମୟ ରେ ଅନେକ କାମ ହୋଇଛି |
ଶ୍ରୀ ପଟନାୟକ କହିଥିଲେ ଲୋକଙ୍କ ସହିତ ସମ୍ପର୍କ କୁ ଅଧିକ ମଜବୁତ କରିବାକୁ ହେବ.ଏଥିପାଇଁ ଦଳ ର ପଦଯାତ୍ରା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନ ରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ |

ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ବିଜେପି ସରକାରର ବିଫଳତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ସରକାରକୁ ଆସିବାର ଶହେଦିନ ବିତିଗଲାଣି  ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ଦରବୃଦ୍ଧି ଓ ବିକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ସେବା ଯୋଗାଇବାରେ ବିଫଳ ହୋଇଛନ୍ତି. ତେଣୁ ସାଧାରଣ ଲୋକଙ୍କ ସୁଖ ଦୁଃଖ ରେ ସାମିଲ ହେବା ସହ ସରକାରଙ୍କ ବିଫଳତା ବିଷୟରେ ଲୋକଙ୍କୁ ଙ୍କୁ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ |

ଶ୍ରୀ ପଟ୍ଟନାୟକ କହିଥିଲେ ବିଜେଡି ସରକାର ରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା.ଲୋକଙ୍କ ଭଲ ପାଇବା ଏବେବି ଆମ ସହିତ ରହିଛି.ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ |

ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ବୈଠକ ସଂଯୋଜନା କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ଅରୁଣ ସାହୁ,ବିଧାୟକ ଶ୍ରୀ ରମେଶ ବେହେରା ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଜିଲ୍ଲା ସଭାପତି ଦେବାଶିଷ ପଟ୍ଟନାୟକ,ଖଣ୍ଡପଡା ର ବେଣୁଧର ପଟ୍ଟନାୟକ,ଇରାନୀ ରାୟ ,ଙ୍କ ସମେତ ଦ ଜିଲ୍ଲା ର ବରିଷ୍ଠ ନେତୃ ମଣ୍ଡଳୀ ଏବଂ ପଂଚାୟତ ପ୍ରତିନିଧି ମାନେ ଉଦବୋଧନ ଦେଇ ବିଜେଡି କୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇ କାମ କରିବେ ବୋଲି ଘୋଷଣା କରଥିଲେ |
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ଚାରି ବିଧାନସଭା ନିର୍ବାଚନ ମଣ୍ଡଳୀ,ଆଠ ବ୍ଲକ ୩ NAC ଓ ନୟାଗଡ ମୁନିସିପାଲିଟି ଅଂଚଳ ରେ ଦଳୀୟ ନେତା ମାନେ ଭାଗ ନେଇଥିଲେ|

ପୂର୍ବରୁ ଶ୍ରୀ ନବୀନ ପଟ୍ଟନାୟକ ଦଳ ର ST cell ର ବୈଠକରେ ଯୋଗ ଦେଇ ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ପାଇଁ କାମ କରୁଛି ଓ କରିଚାଳିବ ବୋଲି ଘୋଷଣା କରିଥିଲେ |
ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ନିରଞ୍ଜନ ବିଶି ବିଧାୟକ ମନୋହର ରନ୍ଧାରୀ,ବିଧାୟକ ପ୍ରଦୀପ ଦିଶାରୀ,ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ,ପୂର୍ବତନ ମନ୍ତ୍ରୀ ସୁଦାମ ମାଣ୍ଡ୍ରି,ଜଗନ୍ନାଥ ସାରକା,ରମେଶ ମାଝୀ,ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି ପୂର୍ବତନ ସାଂସଦ ଝିନ ହିକକା ପ୍ରମୁଖ ଜନଜାତି କଲ୍ୟାଣ ଦିଗରେ ବିଜେଡ଼ି ସରକାର ର ବିଭିନ୍ନ କାର୍ଯ୍ୟକ୍ରମ ବିଷୟ ରେ ଆଲୋଚନା କରିବା ସହ ST cell କୁ ଅଧିକ କ୍ରିୟାଶୀଳ କରିବା ଦିଗରେ ସୁଚିନ୍ତିତ ପରାମର୍ଶ ଦେଇଥିଲେ |

Leave A Reply

Your email address will not be published.