ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ଭବାନୀପାଟଣା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କଲେଜ ଛକ ଠାରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ବୟସ୍କଙ୍କ ବିସିଜି ଟିକାକରଣ ଅଭିଯାନ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାସର ସମସ୍ତ ସୋମବାର, ମଙ୍ଗଳବାର ଓ ଗୁରୁବାର ଦିନ ଜିଲ୍ଲାର ମୋଟ ୨୯୩୨୮୯ ହିତାଧିକାରୀଙ୍କୁ ୨୬୦ ଟି ଟିକାକରଣ କେନ୍ଦ୍ରରେ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ଟିକାକରଣ ପାଇଁ ଯୋଗ୍ୟତା ନିର୍ଦ୍ଧେଶବଳୀ ଯଥା : ଯକ୍ଷ୍ମା ରୋଗର ଅତୀତର ଇତିହାସ (ଶେଷ ୫ ବର୍ଷ), ଯକ୍ଷ୍ମା ରୋଗୀଙ୍କ ସମ୍ପର୍କ (ଗତ ୩ ବର୍ଷ), ମଧୁମେହ ବ୍ୟକ୍ତି,ବଡ଼ିମାକ୍ସ ଇନ୍ ଡେସ୍କ ଅଠର ବର୍ଷ ରୁ କମ, ଧୂମପାନକାରୀ, ୬୦ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଟୀକା ନେଇପାରିବେ। ସେହିପରି ଅଠର ବର୍ଷର କମ ବ୍ୟକ୍ତି, ଗର୍ଭବତୀ ଏବଂ ପ୍ରସୂତି ମହିଳା, ୩ ମାସ ମଧ୍ୟରେ ରକ୍ତ ନେଇଥିବା ବ୍ୟକ୍ତି, କୌଣସି ଟୀକା ବା ବିସିଜି ନେଇ ପାର୍ଶ୍ୱପ୍ରତିକ୍ରିୟା ହୋଇଥିଲେ, ପ୍ରତିରୋଧକ କ୍ଷମତା ବ୍ୟକ୍ତି ଓ ଅଙ୍ଗ ପ୍ରତ୍ୟଙ୍ଗ ରୋପଣ ହୋଇଥିଲେ, ଏଚ.ଆଇ.ଭି. ସଂକ୍ରମିତ ବ୍ୟକ୍ତି, ଅସୁସ୍ଥ ବ୍ୟକ୍ତି ଇତ୍ୟାଦି ଟୀକା ନେଇପାରିବେ ନାହିଁ।ଏହି କାର୍ଯ୍ୟକ୍ରମରେ ଡିନ ଆଣ୍ଡ ପ୍ରିନ୍ସିପାଳ ଏସ.ଆର.ଏମ.ଏମ.ସି.ଏଚ. ଡଃ. ବସନ୍ତ କୁମାର ପ୍ରଧାନ, ସି.ଡି.ଏମ.ଓ. ଡଃ. ସୁଚେତା ପାଣି, ଡି.ପି.ଏଚ.ଓ. ଡଃ. ରାକେଶ କୁମାର ସାହୁ, ଏ.ଡି.ପି.ଏଚ.ଓ.-ଏଫ.ଡବ୍ଲୁ. ଡଃ. ଦେବୀ ପ୍ରସାଦ ମହାପାତ୍ର, ଏ.ଡି.ପି.ଏଚ.ଓ.-ଟି.ବି. ଡଃ. ନିହାରେନ୍ଦ୍ର କୁମାର ପଣ୍ଡା, ଏଚ.ଓ.ଡି. କମ୍ୟୁନିଟି ମେଡ଼ିସିନ ଏସ.ଆର.ଏମ.ଏମ.ସି.ଏଚ. ଡଃ. ଲୋମପଦ ନାୟକ, ଏଡମିନିଷ୍ଟ୍ରେଟିଭ ଅଫିସର ସି.ଡି.ଏମ. ଏବଂ ପି.ଏଚ.ଓ. ସଂଘମିତ୍ର ପ୍ରଧାନ, ଡି.ପି.ଏମ.-ଏନ.ଏଛ.ଏମ. ଭବାନୀ ଶଙ୍କର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ।
Sign in
Sign in
Recover your password.
A password will be e-mailed to you.
Prev Post