ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ମହାବିଦ୍ୟାଳୟ ରେ ୫୫ ତମ ଜାତୀୟ ସେବା ଯୋଜନା ଦିବସ ଉପଲକ୍ଷେ ସ୍ଵଚ୍ଛତା ହିଁ ସେବା ପାଇଁ ସ୍ଵେଛା ସେବି ମାନଙ୍କ ଏକ ଶପଥ ପାଠ ଉତ୍ସବ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଅମୀୟ ରଂଜନ ମହାନ୍ତି ସ୍ଵେଚ୍ଛାସେବି ମାନଙ୍କୁ ସ୍ବଚ୍ଛତା ର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ । ମୁଖ୍ୟ ବକ୍ତା ଜଗନ୍ନାଥ ଦୀପ ଛାତ୍ରୀ ମାନେ ସମାଜ ସେବା ରେ ମନ ନିବେଶ କରିବାପାଇଁ ଅନୁରୋଧ କରିଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ତଥା ଅଧକ୍ଷ ସ୍ଵେଚ୍ଛାସେବି ମାନଙ୍କୁ ରକ୍ତଦାନ ଶିବିରର ସଫଳତା ପାଇଁ ଧନ୍ୟବାଦ ଜଣେଇଥିଲେ । କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ରଂଜୁମା ପ୍ରଧାନ ଓ ଲକ୍ଷଣ ଶବର ମହାବିଦ୍ୟାଳୟ ପରିସର ପ୍ଲାଷ୍ଟିକ ମୁକ୍ର କରିବା ପାଇଁ ଏକ କାର୍ଯ୍ୟକ୍ରମ ଦ୍ୱୀତିୟାର୍ଦ୍ଦରେ ଆୟୋଜନ କରିଥିଲେ, ରଂଜୁମା ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଲକ୍ଷ୍ମଣ ଶବର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ଵେଚ୍ଛାସେବି ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post