ଭୁବନେଶ୍ୱର, ୨୫ । ୯: ଶିକ୍ଷାବିତ୍ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସାମ ଡାଉନ୍ ଟାଉନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ କରାଯାଇଛି । ବୁଧବାର ଗୁଆହାଟିସ୍ଥିତ ଆସାମ ଡାଉନ୍ ଟାଉନ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଆସାମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଓ ସମ୍ମାନୀୟ ଅତିଥି ଆସାମ ଜନସ୍ୱାସ୍ଥ୍ୟ, ନିଯୁକ୍ତି, ପର୍ଯ୍ୟଟନ ଓ ଦକ୍ଷତା ବିଭାଗ ମନ୍ତ୍ରୀ ଜୟନ୍ତ ବରୁଆ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୦ତମ ସମ୍ମାନସୂଚକ ଡକ୍ଟୋରେଟ୍ । ଶିକ୍ଷା, ସ୍ୱାସ୍ଥ୍ୟ, ଜନଜାତି ବିକାଶ,ସଂସ୍କୃତି, ସାହିତ୍ୟ ଓ ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଶ୍ରୀ ସାମନ୍ତ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ନ ପାରିବାରୁ ତାଙ୍କ ପ୍ରତିନିଧି ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ସମ୍ମାନ ନିମନ୍ତେ ଶ୍ରୀ ସାମନ୍ତ ଆସାମ ଡାଉନ୍ ଟାଉନ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ କୃତଜ୍ଞତା ଜଣାଇଛନ୍ତି । ଏହା ପୂର୍ବରୁ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ବହୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡ଼କ୍ଟୋରେଟ୍ ଡ଼ିଗ୍ରୀ ପ୍ରଦାନ କରାଯାଇଛି। ୨୦୦୯ରେ ଶ୍ରୀ ସାମନ୍ତ ପ୍ରଥମେ କାମ୍ବୋଡ଼ିଆ ନ୍ୟାସ୍ନାଲ୍ ୟୁନିଭରସିଟିରୁ ସମ୍ମାନସୂଚକ ଡକ୍ଟୋରେଟ୍ ପାଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ଦେଶ ବିଦେଶର ବହୁ ବିଶ୍ୱବିଦ୍ୟାଳୟରୁ ୬୦ଟି ସମ୍ମାନସୂଚକ ଡକ୍ଟୋରେଟ୍ ପାଇ ସାରିଲେଣି।
Sign in
Sign in
Recover your password.
A password will be e-mailed to you.
Prev Post