ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଜଙ୍ଗଲ ବିଭାଗ ଦ୍ଵାରା ଜୀବିତ ଅବସ୍ଥାରେ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଖବର ରୁ ପ୍ରକାଶ ଯେ ବାଦିମାଲ ଗ୍ରାମର କୃଷ୍ଣଚନ୍ଦ୍ର ମେହେର ତାଙ୍କ ଘର ବାରିପଟେ ଏକ ଜୀବନ୍ତ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ। ପରେ ସେ ପଦ୍ମପୁର ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ବାଦିମାଲକୁ ଯାଇ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ବଜ୍ରକାପ୍ତାର ଓଜନ ୫କେଜି ୫୦୦ଗ୍ରାମ ରହିଥିବା ବେଲେ ଲମ୍ବ ୨ ଫୁଟ ୪ ଇଞ୍ଚ ରହିଛି । ବଜ୍ରକାପ୍ତାର ଡାକ୍ତର ମାଇନା ପରେ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ଜଗଦଲା ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post