ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ, ଚାହାଳି ଠାରେ ନୟାଗଡ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ତରଫରୁ ଜିଲ୍ଲା ସ୍ତରୀୟ ବ୍ୟାଡ ମିଣ୍ଟନ, ଚେସ,ଯୋଗ ମନୋନୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ର ସଭାପତି ରାଜଶ୍ରୀ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ କ୍ରୀଡା ଦ୍ଵାରା ଛାତ୍ର ଛାତ୍ରୀ ଙ୍କ ଶାରିରୀକ ,ସାମାଜିକ ଏବଂ ମାନସିକ ବିକାଶ ହୋଇଥାଏ ବୋଲି କହିଥିଲେ ।ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,୧୭ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦିପ୍ତିମୟୀ ଶୁଭଦର୍ଶୀନୀ,ବ୍ଲକ୍ ଶିକ୍ଷା ଅଧିକାରୀ ତଥା ବ୍ଲକ୍ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ସଭାପତି ପ୍ରଶାନ୍ତ କୁମାର ସାହୁ, ଚାହାଳି ପଞ୍ଚାୟତ ସରପଞ୍ଚ ସୁବାଷ ବେହେରା,ସମିତି ସଭ୍ୟ ଅଶ୍ଵିନୀ ଆଚାର୍ଯ୍ୟ, ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ କ୍ରୀଡା ର ଆବଶ୍ୟକତା ଉପରେ କହିଥିଲେ।ଜିଲ୍ଲା ର ୮ ଟି ବ୍ଲକ୍ ରୁ ୧୪ ବର୍ଷ ରୁ କମ ଏବଂ ୧୭ ବର୍ଷ ରୁ କମ ୨୬୦ ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ରେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ , ଚାହାଳି ପ୍ରଧାନଶିକ୍ଷକ ତଥା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ଆୟୋଜକ ସମ୍ପାଦକ ନିରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ଡି ପି ଇ ଓ ତଥା ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ସମ୍ପାଦକ ଭାସ୍କର ଚନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏଥିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।୮ ଟି ବ୍ଲକ୍ ରୁ ୩୦ ଜଣ ମାର୍ଗ ଦର୍ଶକ ଶିକ୍ଷକ ଉପସ୍ଥିତ ଥିଲେ।ଶାନ୍ତି ଶୃଙ୍ଖଳା ସହ ସୁଚାରୁରୂପେ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥଲା।
Sign in
Sign in
Recover your password.
A password will be e-mailed to you.