ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ-ତଥା-ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାକରଣ ତରଫରୁ ଆଜି (ସୋମବାର) ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ , ପାରାଳାଖେମୁଣ୍ଡି ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଚିବ, ଆଇନ ସେବା ପ୍ରାଧିକରଣ, ପାରଳାଖେମୁଣ୍ଡି ଶ୍ରୀ ବିମଳ ରାଉଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ NALSA (ଏସିଡ୍ ଆକ୍ରମଣରେ ଶିକାର ହୋଇଥିବା ଲୋକଙ୍କୁ ଆଇନ ସେବା) ଯୋଜନା , 2016, ଦଣ୍ଡବିଧାନ ଆଇନ ଏବଂ ପୀଡିତା କ୍ଷତିପୂରଣ ଯୋଜନା , 2017 ଏବଂ ମାଗଣା ଆଇନ ସେବା ବିଷୟରେ ସଚେତନତା କରାଇବା ସହିତ POCSO ଅଧିନିୟମ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ।
ଅନ୍ୟତମ ଅତିଥି ଭାବେ ଅଧ୍ଯକ୍ଷ , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ , ପାରାଳାଖେମୁଣ୍ଡି , ଡକ୍ଟର ଶ୍ରୀ ଜିତେନ୍ଦ୍ରନାଥ ପଟ୍ଟନାୟକ , ଜିଲ୍ଲା ଟିବି ଡକ୍ଟର, ପାରାଳାଖେମୁଣ୍ଡି ଶ୍ରୀ ରବି ନାରାୟଣ ଦାଶ, Asst. Professor in History , ଶ୍ରୀ ରା. କେ. ଭୂୟାଁ ଓ ପାରାଳାଖେମୁଣ୍ଡି ଆଦର୍ଶ ଥାନାର ପୋଲିସ ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି ଯୋଗଦେଇ ନିଜ ନିଜ ବକ୍ତାବ ସମ୍ପାଦନ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ଓ ମହାବିଦ୍ୟାଳୟର କର୍ମଚାରୀମାନେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post