କାଶୀପୁର ଶିକ୍ଷା ବିଭାଗ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ମାନ ନିର୍ଧାରଣ ଓ ଦିବ୍ୟାଙ୍ଗ ସାମଗ୍ରୀ ବଣ୍ଟନ ଶିବିର ।

0

ରାୟଗଡା କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶିକ୍ଷା ବିଭାଗ ଓ ଆଲମିକ (ସାମାଜିକ ସେବା )ସଂସ୍ଥା ଆନିକୁଲ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କୁ ଆବଶ୍ୟକତା ଅନୁଯାୟୀ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମ ଟି କାଶୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଦିବ୍ୟଙ୍ଗ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଆଲମିକ ସାମାଜିକ ସେବା ସଂସ୍ଥା ଓ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଏକ ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଥିଲା ଏବଂ ସେମାନଙ୍କ ଦିବ୍ୟାଙ୍ଗ ହେବାର ମାନ ନିର୍ଣ୍ଣୟ କରାଯାଇ ପରବର୍ତୀ ସମୟରେ ଆବଶ୍ୟକତା ଅନୁଯାୟୀ ଦିବ୍ୟାଙ୍ଗ ଭଉପକରଣ ପ୍ରଦାନ ଯାହା ହୁଇଲ ଚୈର, ଟ୍ରାଇ ସାଇକେଲ, ଶ୍ରବଣବାଧିତ ଯନ୍ତ୍ର ,ସାରଜିକାଲ ଜୋତା ଓ ଅନ୍ୟ ସାମଗ୍ରୀ ପ୍ରଭୃତି ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ କୁମାରୀ ଦୀପ୍ତିମୟୀ ସିଂ ଯୋଗ ଦେଇଥିବାବେଳେ ଅନ୍ୟ ଅତିଥି ମଧ୍ୟରୁ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ କୁଳ ରଞ୍ଜନ ସୁନା, ପ୍ରଦୀପ କୁମାର ସାହୁ,ଦୀପକ ରଞ୍ଜନ ମହାନ୍ତି,ଶିକ୍ଷକ କ୍ରିତେଶ୍ୱର ନାଏକ,ଶିକ୍ଷକ ତ୍ରିନାଥ ନାଏକ ଏବଂ ଆଲମିକ ସାମାଜିକ ସେବା ସଂସ୍ଥା ଅଧିକାରୀଙ୍କ ସହ ଅନ୍ୟ ମନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.