ବେଦାନ୍ତ ଆଲୁମିନିୟମ ଗୋଷ୍ଠୀ ସଚେତନତା ଅଭିଯାନ ସହିତ ଆନ୍ତର୍ଜାତୀୟ ଓଜନ ଦିବସ ପାଳନ କରିଛି

0

ଝାରସୁଗୁଡ଼ା, ୨୩ ସେପ୍ଟେମ୍ବର ୨୦୨୪: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଗୋଷ୍ଠୀ ସଚେତନତା ଅଭିଯାନ ଆରମ୍ଭ କରି ଆନ୍ତର୍ଜାତୀୟ ଓଜନ ଦିବସ ପାଳନ କରିଛି, ଏହା ପରେ ଏକ ବ୍ୟାପକ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରାଯାଇଥିଲା ଯାହା ଓଜୋନ ସ୍ତରୀୟ ସୁରକ୍ଷା ଓ ପରିବେଶ ସ୍ଥିରତାକୁ ପ୍ରୋତ୍ସାହିତ ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ୧୩ ଉପରେ ଏହାର ପ୍ରତିବଦ୍ଧତାର ଏକ ବଳିଷ୍ଠ ପ୍ରମାଣ ସ୍ୱରୂପ।
ଏହି ଅଭିଯାନର ଏକ ଅଂଶ ଭାବରେ, ବେଦାନ୍ତ ଆଲୁମିନିୟମ ସ୍ଥାନୀୟ ଗୋଷ୍ଠୀ ସହ ସଂପୃକ୍ତ ହୋଇ ପୃଥିବୀର ଜୀବନକୁ ସୁରକ୍ଷିତ ରଖିବାରେ ଓଜୋନ ସ୍ତରର ଗୁରୁତ୍ୱପୂର୍ଣ୍ଣ ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ଏହାକୁ କ୍ଷତିକାରକ ଅତିବାଇଗଣୀ ବିକିରଣରୁ କିପରି ରକ୍ଷା କରିଥାଏ ସେବିଷୟରେ ସଚେତନତା ପ୍ରସାର କରିଥିଲା।
ବେଦାନ୍ତ ଆଲୁମିନିୟମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ସୁନୀଲ ଗୁପ୍ତା ତାଙ୍କର ମତ ଦେଇ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମରେ ଆମେ ସ୍ଥିରତା ପ୍ରତିଶ୍ରୁତି ସହ କାର୍ଯ୍ୟ ପରିସର ଓ ବାହାର ପରିବେଶର ସୁରକ୍ଷା ପ୍ରତି ଯତ୍ନବାନ ଅଛୁ। ଗୋଷ୍ଠୀ ସଚେତନତା ମାଧ୍ୟମରେ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଆମେ ଓଜୋନ ସ୍ତରର ସଂରକ୍ଷଣ ପାଇଁ ସାମୁହିକ କାର୍ଯ୍ୟକୁ ପ୍ରେରଣା ଦେବା ଲାଗି ଗୋଷ୍ଠୀ ସହିତ ଜଡ଼ିତ ହେବା ଆବଶ୍ୟକ, ଯାହା ପୃଥିବୀର ପରିବେଶ ସନ୍ତୁଳନ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।
ବେଦାନ୍ତ ଆଲୁମିନିୟମ ପରିବେଶ ସ୍ଥିରତା, ନିର୍ଗମନକୁ ହ୍ରାସ କରିବା, ଶକ୍ତି ଦକ୍ଷତା ବୃଦ୍ଧି ଓ ଏହାର ପରିବେଶ ପଦଚିହ୍ନକୁ କମ କରିବା ପାଇଁ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଜଳବାୟୁ ପରିବର୍ତନର ପ୍ରଭାବକୁ ହ୍ରାସ କରିବା ଓ ଓଜନ ସ୍ତରକୁ ସୁରକ୍ଷା ଦେବା ପାଇଁ କମ୍ପାନିର ପଦକ୍ଷେପ ଗୁଡ଼ିକ ବିଶ୍ୱସ୍ତରୀୟ ପ୍ରୟାସ ସହିତ ସମାନ ହୋଇଛି, ସ୍ଥିରତା ଓ ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ ଅଭ୍ୟାସ ପ୍ରତି ନିଜର ପ୍ର୍ରତିବଦ୍ଧତା ଦର୍ଶାଇ ଆସିଛି। ଏଥିପାଇଁ ଏହା ଆଲୁମିନିୟମ ଶିଳ୍ପ ପାଇଁ ସମ୍ମାନିତ ଏସ ଆଣ୍ଡପି କର୍ପୋରେଟ ସଷ୍ଟେନବିଲିଟି ଆସେସମେଂଟ ର୍ୟା ଙ୍କିଙ୍ଗରେ ୨୦୨୩ ରେ ଶୀର୍ଷ ସ୍ଥାନ ଲାଭ କରିଛି।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟା ଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।

Leave A Reply

Your email address will not be published.