ପଦ୍ମପୁର: ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ରେ ଅଧ୍ୟକ୍ଷ ପ୍ରୋ. ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ବାରା ପ୍ରାୟୋଜିତ ‘ଶିକ୍ଷାରେ କୃତ୍ରିମ ବୁଦ୍ଧିମତା’ ଶୀର୍ଷକ ଉପରେ ଦ୍ଵି-ଦିବସୀୟ ଜାତୀୟ ସଂପାନର ଉଦଯାପନୀ ଉତ୍ସବରେ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ସେ କୃତ୍ରିମ ବୁଦ୍ଧିମତାର ର ପ୍ରୟୋଗଦ୍ଵାରା ଭବିଷ୍ୟତର ସୃଷ୍ଟି ହେବାକୁ ଯାଉଥିବା ସମସ୍ୟାବଳୀ ଓ ଆହ୍ବାନ ଉପରେ ଆଲୋକପାତ କରିଥିଲେ । ଦେବୀ ଅହଲ୍ୟା ବିଶ୍ଵବିଦ୍ୟାଳୟ, ଇନ୍ଦୋର ର ପ୍ରୋ ଦୟାନନ୍ଦ ସଂସନ୍ୱାଲ୍, NCERT ର ପୂର୍ବତନ ନିର୍ଦ୍ଦେଶକ ପ୍ରୋ ହୃଷିକେଶ ସେନାପତି, ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ଵିଦ୍ୟାଳୟର ପ୍ରୋ ମନୋଜ ସାସ୍କେନା ଏବଂ କଲେଜ ପରିଚାଳନା କମିଟିର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କୃତ୍ରିମ ବୁଦ୍ଧିମତା ସହ ପ୍ରାକୃତିକ କୃତ୍ରିମତା ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ। IQAC କୋର୍ଡିନେଟର ପ୍ରୋ ନବକୃଷ୍ଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଯୋଜକ ଡଃ ତୁଷାରକାନ୍ତ ସାହୁ ସେମିନାର ରିପୋର୍ଟ ଉପସ୍ଥାପନ କରିଥିଲେ। ଡଃ ସାହୁ ଜଣାଇଥିଲେ ଯେ ଏହି ସଂପାନରେ ଦେଶର ବିଭିନ୍ନ କୋଣ ଅନୁକୋଣ ରୁ ବିଭିନ୍ନ ଅତିଥି, ବକ୍ତା, ଅଧ୍ୟାପକ ଅଧ୍ୟାପିକା, ଗବେଷକ ଓ ଶିକ୍ଷାର୍ଥୀ ବୃନ୍ଦ ଯୋଗ ଦେଇ ଶିକ୍ଷାରେ କୃତ୍ରିମ ବୁଦ୍ଧିମତା ର ବିଭିନ୍ନ ପ୍ରୟୋଗ ଉପରେ ନିଜର ମନ୍ତବ୍ୟ ଦେଇଥିଲେ। ଏହାକୁ ପ୍ରୋ ଖଗେଶ୍ବର ଦାସ ଓ ଅଧ୍ୟାପିକା ସୁଶ୍ରୀ ସସ୍ମିତା ମେହେର ପରିଚାଳନା କରିଥିଲେ । ଏହି ଅବସରରେ ଡଃ ତୁଷାରକାନ୍ତ ସାହୁ, ଡଃ ଭେଙ୍କଟେଶ୍ୱର ମେହେର ଓ ସସ୍ମିତା ମେହେରଙ୍କ ଦ୍ଵାରା ସମ୍ପାଦିତ ହୋଇଥିବା “National Education Policy -2020: Outcome Based Education” ଶୀର୍ଷକ ପୁସ୍ତକର ବିମୋଚନ କରାଯାଇଥିଲା। ଶେଷରେ ସହ ସଂଯୋଜକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯକ୍ରମରେ ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ, ତାରା ପ୍ରସାଦ ଶତପଥୀ, ପ୍ରମୋଦ ତ୍ରିପାଠୀ, ପ୍ରଭାତ କୁମାର ମହାପାତ୍ର, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ଅତିଥି ବୃନ୍ଦ, ସମାଜସେବୀ ଓ ଦେଶର ବିଭିନ୍ନ କୋଣରୁ ଆସିଥିବା ଶ୍ରୋତାବୃନ୍ଦ ଉପସ୍ଥିତ ରହି ସହଯୋଗ ପ୍ରଦାନ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post