ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

0

 

 ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଇରିଗେଶନ କଲୋନି ରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ସେନାପତି ଙ୍କ ୭୨ ବର୍ଷ ବୟସରେ ଶନିବାର ସକାଳେ ଦେହାନ୍ତ ହୋଇଯାଇଛି। ସେ ଅନେକ ଦିନହେଲା କର୍କଟ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ଶେଷ ସମୟରେ ସ୍ତ୍ରୀ,ଦୁଇ ପୁଅ, ଦୁଇ ଝିଅ ,ବୋହୁ,ଜୁଆଇଁ ସମ୍ପର୍କୀୟ ଉପସ୍ଥିତ ରାହିଥିଲେ। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ଯାଳୟ ରେ ସ୍ଵର୍ଗତଃ ସେନାପତି ଶିକ୍ଷକତା କରି ଶେଷରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅବସର ଗ୍ରହଣ କରିଥିଲେ। ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ଛାତ୍ରଛାତ୍ରୀ ଅବିଭାବକ ଓ ସାଥି କର୍ମଚାରୀ ମାନଙ୍କ ଗହଣରେ ତାଙ୍କର ସୁନାମ ରହିଥିଲା। ସେ ଜଣେ ସତ୍ଯସାଇଙ୍କ ଭକ୍ତଭାବେ ଅନେକ ସେବାକାର୍ଯ୍ୟରେ ଅନେକ ବର୍ଷ ହେଲା ନିଜକୁ ନିୟୋଜିତ କରି ଆସୁଥିଲେ। ତାଙ୍କରି ଉଦ୍ଯମ କ୍ରମେ ଭିମପୁର ଠାରେ ଭୀମଶଙ୍କର ଶିବ ମନ୍ଦିର ନିର୍ମାଣ ସମ୍ଭବ ହୋଇପାରିଥିଲା। ସର୍ବପରି ଜଣେ ସାମାଜିକ ଉତ୍ତମ ମଣିଷ ଭାବେ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଲୋକେ ଭଲ ପାଉଥିଲେ। ତାଙ୍କର ବିୟୋଗ ଖବର ପାଇ ଅନେକ ସାଇଭକ୍ତ, ଶିକ୍ଷକ ବନ୍ଧୁ, ଶୁଭେଚ୍ଛୁ ତାଙ୍କ ବାସଭବନଙ୍କୁ ଯାଇ ଶେଷ ଦର୍ଶନ କରିଥିଲେ। ସ୍ଵର୍ଗତଃ ସେନାପତିଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବଂଶଧାରା ନଦୀକୂଳରେ ଅନ୍ତିମ ସଂସ୍କାର କରାଯାଇଥିଲା।

 

Leave A Reply

Your email address will not be published.