ସମ୍ବଲପୁର : ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ଓଡିଶା ମାନବ ଅଧିକାର ଆୟୋଗ ଙ୍କ ମିଳିତ ସହଯୋଗରେ ଆଦିତ୍ୟ ଆଲୁମିନିୟମ୍ କ୍ଳବ୍ ହାଉସ, ଲପଙ୍ଗା, ଠାରେ ମାନବ ଅଧିକାର ଉପରେ ରାଜ୍ୟ ସ୍ତରୀୟ ସମ୍ମିଳନୀ ସଫଳତାର ସହ ଆୟୋଜନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ମାନବାଧିକାର ବିଶେଷଜ୍ଞ, ସରକାରୀ କର୍ମଚାରୀ, ଏକାଡେମିକ୍ ବିଶେଷଜ୍ଞ, କର୍ପୋରେଟ୍, ସାମାଜିକ ଅନୁଷ୍ଠାନ ଓ ମହିଳା ସ୍ଵୟଂ ସହାୟକ ସଂଗଠନ ଏକତ୍ରିତ ହୋଇ ମାନବିକ ଅଧିକାରର ପ୍ରମୁଖ ପ୍ରସଙ୍ଗ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ଓ ଓଡିଶାରେ ମାନବିକ ଅଧିକାରର ସୁରକ୍ଷା ପାଇଁ ସହଯୋଗୀ ଆଭିମୁଖ୍ୟ ଅନୁସନ୍ଧାନ କରିଥିଲେ।
ଏହି ସମ୍ମିଳନୀରେ ମାନବ ଅଧିକାର ଆୟୋଗର ମୁଖ୍ୟ ମାନ୍ୟବର ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ମାନେ ମଞ୍ଚ୍ଚ।ସୀନ ହୋଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ଶ୍ରୀ ଜଷ୍ଟିସ ବିମଲ ପ୍ରସାଦ ଦାସ-ଓଡ଼ିଶା ମାନବ ଅଧିକାର ଆୟୋଗର ପୂର୍ବତନ ଅଧ୍ୟକ୍ଷ, ମାନ୍ୟବର ଶ୍ରୀ ଅସୀମ ଅମିତାଭ ଦାଶ ମାନବ ଅଧିକାର ଆୟୋଗର ସଦସ୍ୟ, ମାନ୍ୟବର ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର – ମାନବ ଅଧିକାର ଆୟୋଗର ସଦସ୍ୟ, ଡଃ ବିଦୁଭୂଷଣ ମିଶ୍ର -କୁଳପତି,ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଅନ୍ୟ ମାନବ ଅଧିକାର ଆୟୋଗର ସଦସ୍ୟ ଉପସ୍ଥିତ ଥିଲେ।
ଏହି ସମ୍ମିଳନୀରେ ହିଣ୍ଡାଲକୋର ମାନବ ସମ୍ବଳ ମୁଖ୍ୟ ଶ୍ରୀ ସମିକ୍ ବସୁଙ୍କ ସମେତ ହିଣ୍ଡାଲକୋର ଉଚ୍ଚ ପଦାଧିକାରୀ ମାନେ ଯୋଗଦାନ କରିଥିଲେ। ଡାଉନ୍ ଷ୍ଟ୍ରୀମ ଆଲୁମିନିୟମ୍ ବ୍ୟବସାୟର ସିଇଓ ଶ୍ରୀ ନୀଲେଶ କୌଲ୍, ଶ୍ରୀ ଟି. ଏମ ପ୍ରକାଶ- ମାନବ ସମ୍ବଳ ମୁଖ୍ୟ ଡାଉନ୍ ଷ୍ଟ୍ରିମ୍, ଶ୍ରୀ ସମୀର ନାୟକ- ୟୁନିଟ୍ ହେଡ୍ ଆଦିତ୍ୟ ଆଲୁମିନିୟମ୍, ଶ୍ରୀ ପି.ଭି .କେ .ଆର କ୍ରୀଷ୍ଣ। – ପ୍ରୋଜେକ୍ଟ ମୁଖ୍ୟ ଆଦିତ୍ୟ ଏବଂ ହିରାକୁଦ ଏଫ୍ ଆର୍ ପି ୟୁନିଟ୍, ଶ୍ରୀ ଦେବାଶିଷ ମଲିକ- ହିରାକୁଦ୍ ପାୱାର୍ ଏବଂ ସ୍ମେଲଟର ମୁଖ୍ୟ, ଶ୍ରୀ ସୌମିତ୍ର ର।ୟ, ୟୁନିଟ୍ ମୁଖ୍ୟ, ହିରାକୁଦ୍ ଏଫ୍ ଆର୍ ପି, ଶ୍ରୀ ରବି ନାରାୟଣ ମିଶ୍ର ( ୟୁନିଟ ମୁଖ୍ୟ ଉତ୍କଳ ଆଲୁମିନା) ଙ୍କର ଉପସ୍ଥିତି ମାନବିକ ଅଧିକାର ପ୍ରସଙ୍ଗରେ ମୂଲ୍ୟବାନ ଜ୍ଞାନ ଏବଂ ଦୃଷ୍ଟିକୋଣର ନୂତନ ରୂପରେଖ। ପ୍ରଦାନ କରିଥିଲା।
ଏହି ସମାବେଶକୁ ସମ୍ବର୍ଦ୍ଧନା ଦେଇ ମାନ୍ୟବର ଜଷ୍ଟିସ ଶ୍ରୀ ଶତ୍ରୁଘ୍ନ ପୂଜାହ।ରୀ, ଓଡ଼ିଶାରେ ମାନବିକ ବିକାଶମୂଳକ ଭୂମିକାକୁ ସମ୍ବୋଧିତ କରି କହିଛନ୍ତି ଯେ ନିଜସ୍ଵ ସଂଗଠନ ପ୍ରାୟତଃ ଉଲ୍ଲଂଘନକାରୀ ଭାବରେ ଦେଖାଯାଉଥିଲେ କିନ୍ତୁ ଏବେ ସେମାନଙ୍କୁ ଅବିସ୍ମରଣୀୟ ମାନବିକ ଅଧିକାରର ସୁରକ୍ଷାକାରୀ ଭାବରେ ବିବେଚନା କରାଯାଉଅଛି।
ମାନ୍ୟବର ଜଷ୍ଟିସ୍ ଦାଶ ତାଙ୍କ ଅଭିଭାଷଣରେ, ଶିଶୁମାନେ ଅନ୍ତର୍ନିହିତ ମାନବିକ ଅଧିକାର ସହିତ ଜନ୍ମଗ୍ରହଣ କରନ୍ତି ଏବଂ ଦାରିଦ୍ର୍ୟ ହେତୁ ଏହାକୁ ଅସ୍ୱୀକାର କରିବା ଏକ ଉଲ୍ଲଂଘନ ଓ ଜୀବନ ପାଇଁ ଅମ୍ଳଜାନ ଯେପରି ଜରୁରୀ, ମାନବିକ ଅଧିକାର ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଉପରେ ଆଲୋକପାତ କରିଥିଲେ।
ଶ୍ରୀ ସମିକ୍ ବସୁ ତାଙ୍କ ଅଭିଭାଷଣରେ ଜଣାଇଥିଲେ ଆଦିତ୍ୟ ବିର୍ଲା ଗ୍ରୁପ୍ରର ମାନବିକ ଅଧିକାର ଉପରେ ଗୁରୁତ୍ୱାରୋପ କରି ଆସୁଅଛି।ହିଣ୍ଡାଲକୋ ଏହି ପରି ପଦକ୍ଷେପ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ତଥା ପ୍ରେରଣାଦାୟକ କାର୍ଯ୍ୟ ପାଇଁ ସଦା ସର୍ବଦା ଉତ୍ସର୍ଗୀକୃତ। ସମାଜ ପ୍ରତି ନିଜର ପ୍ରତିବଦ୍ଧତା , ମାନବିକ ଅଧିକାରର ସୁରକ୍ଷା ତଥା ପ୍ରୋତ୍ସାହନ ନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ ।
ଉଦଯାପନୀ ସମାରୋହରେ ଶ୍ରୀ ଚିତ୍ତ ରଂଜନ ମହାପାତ୍ର , ଶ୍ରୀ ଅସୀମ ଅମିତାଭ ଦାସ ଉପସ୍ଥିତ ସମାରୋହକୁ ଉଦବୋଧନ ଦେଇ ହିଣ୍ଡାଲକୋ ଏହିପରି ସମ୍ମିଳନୀ ଆୟୋଜନ କରି ସମସ୍ତ କଳକାରଖାନା ସ୍ତରରେ ଏକ ଉଦାହରଣ ସୃଷ୍ଟି କରିଅଛି ବୋଲି ଅଭିମତ ରଖିଥିଲେ। ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟ ମାନେ ଏହିଭଳି ସଚେତନତ। କାର୍ଯ୍ୟକ୍ରମ ଆୟୋଜନ କଲେ ମାନବିକ ଅଧିକାର ଅକ୍ଷୁର୍ଣ୍ଣ ଚିରସ୍ଥାୟୀ ହୋଇପାରିବ ବୋଲି ମତ ରଖିଥିଲେ ।
Sign in
Sign in
Recover your password.
A password will be e-mailed to you.