ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଟିକାବାଲି ବ୍ଲକ ସ୍ଥିତ ଏ.ଏମ୍. ସି.ଏସ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥି ନିମିତ୍ତ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ବିଷ୍ଣୁପ୍ରିୟା ପଣ୍ଡା ଅଧ୍ୟକ୍ଷତା କରିଥିଲେ । ବିଭାଗୀୟ ମୁଖ୍ୟ ଶ୍ରୀ ବନମାଳୀ ବେହେରା, ଇତିହାସ ବିଭାଗ ମୁଖ୍ୟ ଶ୍ରୀ ବିଷ୍ଣୁ ପ୍ରସାଦ ରଥ, ଅଧ୍ୟାପିକା ସଂଘମିତ୍ରା ଦାସ, ସ୍ମୃତି ରେଖା ନାୟକ, ଅଧ୍ୟାପକ ଶ୍ରୀ ରତନ କୁମାର ଦିଗାଲ, ଶ୍ରୀ ଶଙ୍କର ପାଢ଼ୀ, ଶ୍ରୀ ଅଭୟ ପ୍ରଧାନ, ଶ୍ରୀ ମନୋଜ ଭୋଇ, ଶ୍ରୀ ସୁଶାନ୍ତ ଭୋଲ, ଶ୍ରୀ ସୁମନ୍ତ କୁମାର ସାହୁ, ଶ୍ରୀ ରିଲୁ ପ୍ରଧାନ, ଶ୍ରୀ ରାହୁଲ ଦିଗାଲ, ଶ୍ରୀ କେ. ସୁନା ରାଓ, ଶ୍ରୀ ଅଜିତ ଦିଗାଲ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ଏବଂ ଅଧ୍ୟଵସାୟୀ ହେବାକୁ ପରାମର୍ଶ ଦେଇଥିଲେ । ଛାତ୍ର ବିଶ୍ୱଜିତ ଗୁରୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଣୀ ବେହେରା ଧନ୍ୟବାଦ୍ ଦେଇଥିଲେ l ଏହା ସହ ଛାତ୍ରଛାତ୍ରୀ ଏବଂ ଚିଣ୍ଟୁ ନାୟକ, ସିଦ୍ଧାନ୍ତ ବଳିଆର ସିଂ, ଆଦିତ୍ୟ ଓ ପଦ୍ମାବତୀ କହଁର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post