ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ବିଜେପି କାର୍ଯ୍ୟାଳୟ ରେ ବିଜେପି ର ଡାବୁଗାଁ ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜ ଶେଖର ରାଓ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବିଜେପି ଡାବୁଗାଁ ସଦସ୍ୟତା ଅଭିଯାନ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବିନ୍ଦ ଜୈନ ଯୋଗ ଦେଇ ସଦସ୍ୟତା ଅଭିଯାନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଭାରତୀୟ ଜନତା ଦଳ ବିଶ୍ଵର ସର୍ବ ବୃହତ୍ ରାଜ ନୈତିକ ଦଳ ହୋଇଥିବା ବେଳେ ବୁଥ ସ୍ତରରୁ ଶକ୍ତି କେନ୍ଦ୍ର, ମଣ୍ଡଳ ସ୍ତର,ଜିଲ୍ଲା ରାଜ୍ୟ ସ୍ତର ଦେଇ ସାରା ଦେଶରେ ଏହାକୁ ବ୍ୟାପକ ପ୍ରଚାର ପ୍ରସାର କରି ଦଳ କୁ ଅଧିକ ସୁସଂଗଠିତ କରିବା ଏହି ସଦସ୍ୟତା ଅଭିଯାନ ର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ସେପ୍ଟେମ୍ବର ୨ ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ସଦସ୍ୟତା ଗ୍ରହଣ ପରେ ସାରା ଭାରତରେ ଏହି ସଦସ୍ୟତା ଅଭିଯାନ କର୍ମଶାଳା ଜାରି ରହିଥିବା କହିଥିଲେ।ବିଜେପି ତରଫରୁ ଡାବୁଗାଁ ମଣ୍ଡଳ ରେ ୧୦ ହଜାର ରୁ ଉର୍ଦ୍ଧ ସଦସ୍ୟତା ଲକ୍ଷ୍ୟ ରଖା ଯାଇଥିବା ବେଳେ ବର୍ତମାନ ସୁଦ୍ଧା ୩ ହଜାର ରୁ ଉର୍ଦ୍ଧ ସଦସ୍ୟତା ଗ୍ରହଣ କରିଥିବା ପ୍ରକାଶ କରିଥିଲେ। ଏହି ସଦସ୍ୟତା ଅଭିଯାନ କର୍ମଶାଳାରେ ବିଜେପି ର ବରିଷ୍ଠ ନେତା ଦିବାନ ସିଂ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ,ଜିଲ୍ଲା ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ (ପିନ୍ଟୁ),ସୋମନାଥ ପୂଜାରୀ,ଲିଙ୍ଗରାଜ ଭତରା, ତ୍ରିନାଥ ଅମାନତ୍ୟ, ମନୋଜ ପାତ୍ର,ନରେଶ ସିଂ, ଜି ସତ୍ୟା ରାଓ, ନରୁ ସିଂ,ରତନ କଲାର,ଦିନେଶ ସିଂ ସହ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.