ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଵଚ୍ଛତା ହିଁ ସେବା କୁ ଆଧାର କରି ଆଞ୍ଚଳିକ ପରିବହନ ଅଧିକାରୀ ସାଗୁଆ ମାଝୀ ଙ୍କ ନେତୃତ୍ବରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ଏସ୍ ଆର୍ ଟି ସି, ଘରୋଇ ବସ୍ ମାଲିକ ସଂଘ ଓ ସାମଜିକ ଅନୁଷ୍ଠାନ ମାନଙ୍କ ମିଳିତ ସହଯୋଗରେ ସ୍ଥାନୀୟ ବସ ଷ୍ଟାଣ୍ଡ ରୁ ସରକାରୀ ଡାକ୍ତର ଖାନା ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତତ୍ ସହିତ ରାଜବୋଡ଼ାସମ୍ବର ହାଇସ୍କୁଲ ଠାରେ ବୃକ୍ଷରୋପଣ ଏବଂ ସ୍ଵଚ୍ଛତା ଶପଥ ପାଠ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଅଶୋକ ପାଟ୍ଟଯୋଶୀ, ପ୍ରଦୀପ କୁମାର ପଟ୍ଟନାୟକ, ମନୋରଞ୍ଜନ ପାଲ, ସନ୍ତୋଷ କୁମାର ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ଛନ୍ଦମିତ୍ରା ମିଶ୍ର, ସୌମ୍ୟ ବଲ୍ଳଭ ମହାପାତ୍ର, ଉମେଶ ସୁନା, ଦୁଷ୍ମନ୍ତ ବେହେରା, ସୁଲେଖା ପଣ୍ଡିତ, ସୁଶାନ୍ତ ଆଚାର୍ଯ୍ୟ, ଅଭିମନ୍ୟୁ ନାୟକ ଏବଂ ସ୍ଵଚ୍ଛ କର୍ମୀ ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବସ ମାଲିକ ସଂଘ ସଭାପତି ମନୋରଞ୍ଜନ ସିଂ ବରିହା, ଅବିନାଶ ମିଶ୍ର, ଭକ୍ତ ମେହେର, ଏସ୍ କେ ତସ୍ମଲ, ଶରତ ବଡପଣ୍ଡା, ଶିଶୁପାଳ ଦାଶ, ପ୍ରଫୁଲ୍ଲ ବେହେରା, ସାମାଜ ସେବୀ ନିରୋଜ ଦୋରା, ବ୍ୟାସଦେବ ବାରିକ, ନାଗରିକ କମିଟି ସଭାପତି ରାମଚନ୍ଦ୍ର ତ୍ରିପାଠୀ, ମଙ୍ଗଳୁ ସାନବର୍ଷା ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.