ବେଦାନ୍ତ ଆଲୁମିନିୟମ ସ୍ଥାୟୀ କୋଇଲା ପରିବହନକୁ ବୃଦ୍ଧି କରିବା ପାଇଁ ଭାରତ ସରକାରଙ୍କ ସରଡେଗା-ଭାଲୁମୁଣ୍ଡା ରେଳ ଲାଇନକୁ ପ୍ରଶଂସା କରିଛି

0
  • • ବେଦାନ୍ତ ଆଲୁମିନିୟମର ନେଟ ଜିରୋ କାର୍ବନ ଅଭିଳାଷକୁ ପୂରଣ କରି ଓଡ଼ିଶା ଖଣିରୁ ୧୦୦% ରେଳ ଭିତିକ କୋଇଲା ଛାଡ଼ିବାକୁ ଅର୍ଥନୈତିକ ବ୍ୟାପାରର କ୍ୟାବିନେଟ କମିଟି

  • • ସଡ଼କ ପରିବହନ ଜନିତ ପ୍ରତିବନ୍ଧକ ଦୂର କରିବାରେ ଏହି ପରିବର୍ତନ ସାହାଯ୍ୟ କରିବ

ନୂଆଦିଲ୍ଲୀ, ୨୦ ସେପ୍ଟେମ୍ବର ୨୦୨୪: ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ଆଲୁମିନିୟମ, ଭାରତ ସରକାରଙ୍କ ସରଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି କାର୍ଯ୍ୟକାରୀ ହୋଇଛି। ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଦ୍ୱାରା ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଓଡ଼ିଶାର ବେଦାନ୍ତର ଜାମଖାନି ଓ ଘୋଗରପାଲୀ କ୍ୟାପ୍ଟିଭ ଖଣିରୁ ୧୦୦% ରେଳ ଭିତିକ କୋଇଲା ଛାଡ଼ିବା ସହିତ ସଡ଼କ ପରିବହନ ପରିବର୍ତେ ଏହି ପ୍ରକଳ୍ପ ଅଙ୍ଗାରକାମ୍ଳ ପଦଚିହ୍ନ ଓ କୋଇଲା ଲଜିଷ୍ଟିକସ ବ୍ୟୟକୁ ହ୍ରାସ କରିବ। ୩୭ କିମି ବିଶିଷ୍ଟ ରେଳ ଲାଇନ କମ୍ପାନିର କୋଇଲା ଖଣିରୁ କୋଇଲା ପରିବହନକୁ ଶୃଙ୍ଖଳିତ କରିବା ସହ ଦ୍ରୁତ ଲୋଡିଂ ସିଷ୍ଟମ ମାଧ୍ୟମରେ କ୍ରମାଗତ କୋଇଲା ଗୁଣ ଓ ଲଜିଷ୍ଟିକ୍ସକୁ ନିଶ୍ଚିତ କରିବ।
୨୦୫୦ ସୁଦ୍ଧା ଏହାର ନେଟ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବା ଦିଗରେ କମ୍ପାନିର ବ୍ୟାପକ ରଣନୀତିରେ ଏହି ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଯୋଗାଣ ଶୃଙ୍ଖଳାରେ ଦକ୍ଷତା ବୃଦ୍ଧି,ଯେହେତୁ କମ୍ପାନି ଏକ ସବୁଜ, ଅଧିକ ଉତ୍ସ ଦକ୍ଷ ଭବିଷ୍ୟତ ଦିଗରେ କାର୍ଯ୍ୟ କରୁଛି, ତେଣୁ ଏହି ବିକାଶ ଇନ୍ଧନ ଖର୍ଚ୍ଚ କମ କରିବାରେ ସହାୟତା କରିବ।
ଏହି ବିକାଶ ପଦକ୍ଷେପ ସଂପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ ସ୍ଲାଭେନ କହିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ପ୍ରକଳ୍ପର ଡ୍ରାଇଭିଂ ପାଇଁ ଆମେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ, ଯାହା ଆମର ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ। ୨୦୫୦ ସୁଦ୍ଧା ନେଟ ଜିରୋ କାର୍ବନ ପ୍ରତି ଆମର ପ୍ରୟାସରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଂଟ ହେବ, ସବୁ ଠାରୁ ବଡ଼ କଥା ହେଉଛି ଏହି ଭିତିଭୂମି ଆଂଚଳିକ ଶିଳ୍ପ ଅଭିବୃଦ୍ଧିକୁ ସମର୍ଥନ କରିବ ଓ ଜାତୀୟ ଶିଳ୍ପକୁ ଉପକୃତ କରିବା ସହ ନିକଟବର୍ତି ଅଂଚଳରେ ଆର୍ଥିକ ସୁଯୋଗ ସୃଷ୍ଟି ହେବ।
ରେଳଲାଇନ ପ୍ରକଳ୍ପ ସ୍ଥାନୀୟ ଗୋଷ୍ଠୀଙ୍କ ଲାଗି ବିଶେଷ ଭାବରେ ନିର୍ମାଣ ଓ କାର୍ଯ୍ୟକ୍ଷମତା ପର୍ଯ୍ୟାୟରେ ନୂଆ ନିଯୁକ୍ତି ସମ୍ଭାବନା ଆଣିବ। ପରିବହନ ଦକ୍ଷତା ବୃଦ୍ଧି ଓ ଅଧିକ ପୁଞ୍ଜି ନିବେଶକୁ ଆକର୍ଷିତ କରି ଆଂଚଳିକ ଶିଳ୍ପ ବୃଦ୍ଧିରେ ସହାୟକ ହେବ। ବେଦାନ୍ତ ଆଲୁମିନିୟମର ବାହାରେ ଏହି ପ୍ରକଳ୍ପ ସମଗ୍ର ଅଂଚଳରେ ବହୁ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ସହ ଅର୍ଥନୈତିକ ବିକାଶରେ ସହାୟକ ହେବ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟା ଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।

Leave A Reply

Your email address will not be published.