ଗୁଣପୁର ଥେରୁବାଲି ରେଳପଥର କାର୍ଯ୍ୟ ତ୍ୱରାନ୍ନିତ ପାଇଁ ମହାପ୍ରବନ୍ଧଙ୍କୁ ଦାବୀ ପତ୍ର ପ୍ରଦାନ

0

ଗୁଣପୁର,୨୦।୯(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି)- ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଶୁକ୍ରବାର ଗୁଣପୁର ଷ୍ଟେଶନ ପରିଦର୍ଶନ କରିଥିଲେ । ଏହି ସମୟରେ ଗୁଣପୁର ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଆନ୍ଧ୍ର ଓଡିଶା ରେଳ ବ୍ୟବହାରିକ ସଂଘର ଆବାହକ ଡ.ସତ୍ୟ ପ୍ରକାଶ ପଠାଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବା ଦାବୀ ପତ୍ରରେ ଗୁଣପୁର ଥେରୁବାଲି ନୂତନ ରେଳପଥର ପ୍ରକଳ୍ପ କାର୍ଯ୍ୟାଳୟ ଗୁଣପୁର ଠାରେ ଖୋଲିବା, କାଶୀନଗର ଏବଂ ତେମ୍ୱୁର ଠାରେ ରେଳ କ୍ରସିଂର ବ୍ୟବସ୍ତା କରାଯିବା,ଗୁଣପୁର ନୌପଡା ରେଳପଥ ମଧ୍ୟରେ ଟ୍ରେନର ବେଗ ବୃଦ୍ଦି କରିବା ଏବଂ ଗୁଣପୁର ବିଶାଖାପାଟଣା ଟ୍ରେନ ଗୁଣ୍ଟୁର ପର୍ଯ୍ୟନ୍ତ ସଂପ୍ରସାରଣ କରିବା, ସେହିପରି ନବ ନିର୍ମାଣ ସମିତି ପକ୍ଷରୁ ଅଧ୍ୟକ୍ଷ ଅକ୍ଷୟ ଦାସଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବା ଦାବୀ ପତ୍ରରେ ଗୁଣପୁର ଥେରୁବାଲି ରେଳପଥର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ନିତ କରିବା, ଗୁଣପୁର ନୌପଡା ମଧ୍ୟରେ ବିଭିନ୍ନ ଷ୍ଟେଶନରେ ସିଗନାଲିଂ ପୋଷ୍ଟ ତଥା କ୍ରସିଂ ବ୍ୟବସ୍ଥା କରାଯିବା, ଗୁଣପୁର ନୌପଡା ମଧ୍ୟରେ ଲାଇନ ଡବଲିଂ କରିବା ଦାବୀ କରାଯାଇଥିଲା । ସେହପରି ଭାଜପା ପକ୍ଷରୁ ୱାଇ.ଗଣପତିଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବା ଦାବୀ ପତ୍ରରେ ଗୁଣପୁର ଷ୍ଟେସନରେ ଫୁଟ ଓଭର ବ୍ରିଜ ନିର୍ମାଣ, ଗୁଣପୁର ଠାରେ ଟିକେଟ ସଂରକ୍ଷଣ କାଉଣ୍ଟର ଖୋଲିବା ଦାବୀ କରାଯାଇଥିଲା । ଡିଆରଏମ ସୌରଭ ପ୍ରସାଦଙ୍କ ସମେତ ରେଳ ବିଭାଗର ଅନ୍ୟାନ୍ୟ ଅଧିକାରି ମାନେ ଉପସ୍ତିତ ରହିଥିଲେ । ଗୁଣପୁର ନୌପଡା ରେଳପଥରେ ଅଧିକା କିପରି ବିକାଶ ହୋଇପାରିବ, ଆଉ କଣ ସବୁ କାର୍ଯ୍ୟ ହୋଇପାରିବ, ଟ୍ରେନର ବେଗ ବୃଦ୍ଦି କରିବା ଆଦି ବିଷୟରେ ଅନୁଧ୍ୟାନ କରିବାକୁ ଆସିଥିବା ଜିଏମ ସୂଚନା ପ୍ରଦାନ କରିଥିଲେ । ରେଳ ବ୍ୟବହାରିକ ସଂଘର ସଂପାଦକ ଗଜେନ୍ଦ୍ର ପଣ୍ଡା, ନବ ନିର୍ମାଣ ସମିତିର ସଂପାଦକ ମିଲି ପାଢୀ, ଭାଜପାର ଶ୍ରିନିବାସ ସ୍ୱାଇଁ,ଅମର ସାହୁ, ପୃଥ୍ୱିରାଜ ପାଢୀ, ଲକ୍ଷ୍ମୀ ନାରାୟଣ ପାଢୀ, ଭଗବାନ ଚୌଧୁରି ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.