ପଦ୍ମପୁର :- ସ୍ଥାନୀୟ ରଜାଜୀ ଟାଉନ୍ ହଲ୍ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ତରଫରୁ ସ୍ବଚ୍ଛତା ହିଁ ସେବା ର ସଚେତନତା କାର୍ଯ୍ୟକ୍ରମ ରାସ୍ତା କଡ ଖାଦ୍ୟ ବ୍ୟବସାୟୀ , ହୋଟେଲ ଓ ରେସ୍ତୋରାଁ ମାଲିକ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏନ୍ ଏ ସି ଉପାଧ୍ୟକ୍ଷା ଶ୍ରୀମତୀ ଭାରତୀ ପଟ୍ଟନାୟକ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ୱାର୍ଡ ନମ୍ବର ୦୨ ର କାଉନସିଲର ଶ୍ରୀ କୁନାଲ ପାଣିଗ୍ରାହୀ, ୱାର୍ଡ ନମ୍ବର ୦୯ ର କାଉନସିଲର ଶ୍ରୀ ଚିନ୍ମୟ କୁମାର ପଣ୍ଡା, ୱାର୍ଡ ନମ୍ବର ୧୦ ର କାଉନସିଲର ସଂଯୁକ୍ତା ପୃଷ୍ଟି ଏବଂ ବଣିକ ସଂଘ ର ସଭାପତି ପ୍ରତାପ ମିଶ୍ର ଅଂଶ ଗ୍ରହଣ କରି ସ୍ବଚ୍ଛତା ହିଁ ସେବା ବାବଦରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ବକ୍ତା ଭାବେରେ ଖାଦ୍ୟ ନିରାପତ୍ତା ଅଧିକାରୀ ପରମେଶ୍ବର ନାଏକ ଏବଂ ଅବସରପ୍ରାପ୍ତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଧିକାରୀ ଡଃ ରଜତ କୁମାର ସାହୁ ଯୋଗଦାନ କରି ସମସ୍ତ ବ୍ୟବସାୟୀ ଙ୍କୁ ନିଜ ଠେଲା ଓ ହୋଟେଲ ମାନଙ୍କୁ ସ୍ୱଚ୍ଛ ଓ ପରିଷ୍କାର ପରିଚ୍ଛନ୍ନ ରଖିବା ନିମନ୍ତେ ଆହ୍ୱାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଛନ୍ଦାମିତ୍ରା ମିଶ୍ର ଗୋଷ୍ଠୀ ସଂଗଠିକା ମଞ୍ଚ ପରିଚାଳନା କରିଥିଲେ। ସୌମ୍ୟବଳ୍ଳଭ ମହାପାତ୍ର, ସୁଦୀପ୍ତ ପାଧନ, ଅଭିମନ୍ୟୁ ନାଏକ, ସୁଶାନ୍ତ କୁମାର ଆଚାର୍ଯ୍ୟ, ଅବିନାଶ ବହିଦାର, ଅଜିତ କୁମାର ମହାକୁଡ଼ , ଦୁଷ୍ମନ୍ତ କୁମାର ବେହେରା, ସରୋଜିନୀ ରାଉତ, ଅନୁରାଧା ଚାନ୍ଦ ସୁଲେଖା ପଣ୍ତିତ, ସମସ୍ତ ସ୍ୱଚ୍ଛ ସାଥୀ ଓ ସୁପର ଭାଇଜର ଙ୍କ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦ ସମସ୍ତ କର୍ମଚାରୀ ମାନେ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.