ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଉଦ୍ୟୋଗ ବିକାଶ ଉପରେ ସଚେତନତା ଶିବିର

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ମ୍ୟାନଜମେଣ୍ଟ ଷ୍ଟାଡ଼ିଶ ବିଭାଗରଅଡ଼ିଟରୀୟମରେ ଉଦ୍ୟୋଗ ବିକାଶ ଉପରେ ଏକ ସଚେତନତା ଶିବିରଅନୁଷ୍ଠିତ ହୋଇଯାଇଛି / ଏହି ଅବସରରେ ବିଶ୍ଵବିଦ୍ୟାଳୟର ଉପ ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଭଳି ଶିବିର ଦ୍ଵାରା ଉଦ୍ୟୋଗୀ ମାନେ ଉଛାହିତ ହୋଇ ଭବିଷ୍ୟତରେ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ ଭାବେ ପରିଗଣିତ ହେବା ସହ ନିଜ ତଥା ଅଞ୍ଚଳର ବିକାଶ କରିବାରେ ଏକ ପ୍ରମୁଖ ଭୂମିକ ଗ୍ରହଣ କରିବେ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନୀୟ ଅତିଥି ଭାବରେ ବିଶ୍ଵ ବିଦ୍ୟାଳୟର କୁଳପତି ଡ ଏ ଭି ଏ ନ ଏଲ ଶର୍ମା,ରାୟଗଡ଼ା ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିଜୟ କୁମାର ସାହୁ, ସହକାରୀ ଶିଳ୍ପ ଅଧିକାରୀ ଦେବାଶିଷ ମହାନ୍ତି ପ୍ରମୁଖ ମଞ୍ଚସିନ ହୋଇ ଉଦ୍ୟୋଗ ବିକାଶ ବିଷୟରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ। ଏହି ଶିବିରରେ ଗୁଣୁପୁର ଅଞ୍ଚଳର ସଫଳ ଉଦ୍ୟୋଗୀ ମାନେ ଉପସ୍ଥିତ ରହିଥିଲେ। ସେହିପରି ଅଞ୍ଚଳର ବିଭିନ୍ନ ବ୍ୟାଙ୍କର ମେନେଜର ମଧ୍ୟ ଏହି ଶିବିରରେ ଯୋଗ ଦେଇଥିଲେ।ସ୍କୁଲ ଅଫ ମ୍ୟାନଜମେଣ୍ଟ ଷ୍ଟାଡ଼ିଶର ବିଭାଗୀୟ ମୁଖ୍ୟ ଡ଼ ସୌମେନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ବିଭାଗୀୟ ମୁଖ୍ୟ ଦେବାଶିଷ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ / ଏହି କାର୍ଯ୍ୟକ୍ରମରେ ବିଭାଗର ଅଧ୍ୟାପକ, ଅଧ୍ୟାପିକା,ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ /

 

Leave A Reply

Your email address will not be published.