ଜିଲ୍ଳା ସାଧନ ଶିକ୍ଷକ ଗୋଷ୍ଠି ପକ୍ଷରୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧନା

0 2

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ୧୫/୦୯ :-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଲଯୋଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଳା ସାଧନ ଶିକ୍ଷକ ଗୋଷ୍ଠି ପକ୍ଷରୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟାନନ୍ଦ ହୋତାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ହିମାଂଶୁ ଶେଖର ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ପୂର୍ବତନ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ତଥା ଜନତା ଉଚ୍ଚ ବିଦ୍ୟାଳୟ,ବୋର୍ଡାର ପ୍ରଧାନ ଶିକ୍ଷକ ପ୍ରକାଶ ନିଶାଙ୍କ ଏବଂ ବର୍ତ୍ତମାନର ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ଯୋଗଦେଇଥିଲେ। ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ,ନିଷ୍ଠା ଓ ଉତ୍ସର୍ଗୀକୃତ ସେବା ପାଇଁ ଜାତୀୟ ସ୍ତରରେ ଗତ ଗୁରୁଦିବସରେ ଦିଲ୍ଲୀଠାରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇଥିବା ଶ୍ରୀ କର ସମସ୍ତ ଶିକ୍ଷକ ସମାଜ ବିଶେଷ ଭାବରେ କଳାହାଣ୍ଡିର ଶିକ୍ଷକ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ଉପସ୍ଥିତ ଅତିଥିମାନେ ମତ ପୋଷଣ କରିଥିଲେ।
ଶ୍ରୀ କରଙ୍କୁ ଏହି ଅବସରରେ ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ଉପଢୌକନ,ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସାମନ୍ତ ପାଟ୍ଟଯୋଶୀ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ମଧ୍ୟରେ ଗୋରେଖ ଚନ୍ଦ୍ର ସାହୁ,ଶ୍ରୀନିବାସ ସେନାପତି,ପ୍ରକାଶ ଚନ୍ଦ୍ର ମିଶ୍ର, ସମୀର ବେହେରା,ଶରତ ପୁରୋହିତ ଓ ଶିକ୍ଷକମାନଙ୍କ ମଧ୍ୟରେ ଅଜୟ ସାହୁ,ମହେଶ ଭାଟ୍ଟି,,ସୂର୍ଯ୍ୟ ପ୍ରସାଦ ଠାକୁର,ଦେବାନନ୍ଦ ବାଗ, ସଂଯୟ ନାଗ, ଦିବାକର ସାହୁ, ସୁଶାନ୍ତ ମହପାତ୍ର,ଅଜୟ କୁମାର ଦେବତା,ପରମାନନ୍ଦ ଛୁଆଳସିଂ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରୁ ବିରେନ୍ଦ୍ର ଆଚାର୍ଯ୍ୟ,ପ୍ରଶାନ୍ତ ନନ୍ଦ,ସୋମନାଥ ସାହୁ ଆଦି ଯୋଗ ଦେଇଥିଲେ। ପରିଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷକ ଯୁଧିଷ୍ଠିର ମୁଦୁଲି।

Leave A Reply

Your email address will not be published.