ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ଦ୍ଵାଦଶ ତିଥି ; ସ୍ମୃତି ଚାରଣ କଲେ ଜିଲ୍ଲାର ବହୁ ଅଧ୍ୟକ୍ଷ ଅଧ୍ୟକ୍ଷା ଓ ବିଧାୟକ

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ର ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ସ୍ୱାସ୍ଥ୍ୟ ଜନିତ କାରଣରୁ ଗତ ପାଞ୍ଚ ତାରିଖରେ ଭୂବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଥିଲେ I ଆଜି ସ୍ଵର୍ଗତ ନାୟକଙ୍କ ଦ୍ୱାଦଶାହ ତିଥିରେ ନିଜ ଗ୍ରାମ ପାଟୁଳିସାହି ହନୁମାନ ମନ୍ଦିରରେ ଏକ ସ୍ମୃତିସଭା ପାଳିତ ହୋଇଯାଇଛି I ଏଥିରେ ପ୍ରାୟ ପାଞ୍ଚ ହଜାରରୁ ଊର୍ଦ୍ଧ୍ଵ ସମର୍ଥକ ଯୋଗ ଦେଇ ସ୍ୱର୍ଗତ ନାୟାରଙ୍କ ସ୍ମୃତି ଚାରଣ କରିବା ସହିତ ପ୍ରସାଦ ସେବନ କରିଥିଲେ I ଶିକ୍ଷକ ଛାୟାକାନ୍ତ ମହାପାତ୍ରଙ୍କ ସଞ୍ଚାଳନରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଅତିଥି ରୂପେ ପୂର୍ବତନ ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ପୂର୍ବତନ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ,ବ୍ରହ୍ମପୁର ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା ପ୍ରଧାନ, ଗଞ୍ଜାମ ଜିଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ,ଆସିକା ଚିନି ଶିଳ୍ପ ସଭାପତି ରବୀନ୍ଦ୍ର ପଣ୍ଡା, ଯ୍ୟୋତିର୍ମୟୀ ସ୍ୱାଇଁ, ଶେରଗଡ଼ ବ୍ଳକ୍ ଅଧ୍ୟକ୍ଷ, ଜଗନ୍ନାଥପ୍ରସାଦ ବ୍ଳକ୍ ଅଧ୍ୟକ୍ଷ,ହିଞ୍ଜିଳି ବ୍ଳକ୍ ଅଧ୍ୟକ୍ଷ, ସାନଖେମୁଣ୍ଡି ବ୍ଳକ୍ ଅଧ୍ୟକ୍ଷ, ବୁଗୁଡ଼ା ବ୍ଳକ୍ ଅଧ୍ୟକ୍ଷ,ସମାଜସେବୀ ଶୂଳପାଣି ଶତପଥି,ବ୍ଲକ୍ ବିଜେଡ଼ି ସଭାପତି ତଥା ବଡ଼ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର, ବ୍ଳକ୍ ବିଜେଡ଼ି ମହିଳା ସଭାନେତ୍ରୀ ତଥା ସମିତି ସଭ୍ୟା ମମତା ଭୋଳ, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ୍, ବେଲଗୁଣ୍ଠା ଏନ୍ଏସି ଉପାଧ୍ୟକ୍ଷା ଟି ବବିତା କୁମାରୀ, ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ସରପଞ୍ଚ ଦୁର୍ଗା ମାଧବ ନାୟକ, ସମିତି ସଭ୍ୟ ବିଭୁପାଦ ଜେନା, ସୁଧାଂଶୁ ଶେଖର ପୋଲାଇ, କେ ରବୀନ୍ଦ୍ର ପାତ୍ର,ସରପଞ୍ଚ ପ୍ରତିନିଧି ସୀମାଞ୍ଚଳ ବିଷୋୟୀ, ଦେବେନ୍ଦ୍ର ଗୌଡ଼ଙ୍କ ସମେତ ଗଂଜାମ ଜିଲ୍ଲାର ବହୁ ବିଜେଡ଼ି କର୍ମକର୍ତ୍ତା, ନେତା,ବେଲଗୁଣ୍ଠା ଏବଂ ସୋରଡ଼ା ଏନ୍ଏସିର ବହୁ କାଉନସିଲର୍, ଉଭୟ ବ୍ଳକ୍ ର ବହୁ ସରପଞ୍ଚ,ସମିତି ସଭ୍ୟ ଯୋଗଦେଇ ସ୍ଵର୍ଗତ ପ୍ରଶାନ୍ତ ନାୟକଙ୍କ ଗୁଣଗାନ କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ I ଅତିଥି ମାନେ ହନୁମାନ ମନ୍ଦିର ପରିସରରେ ଚାରା ରୋପଣ କରିଥିଲେ I ଶିକ୍ଷକ ରାଜ୍ କିଶୋର ସ୍ଵାଇଁଙ୍କ ସଂଯୋଜନାରେ ଭଞ୍ଜଭୂମି ଭଜନ ସନ୍ଧ୍ୟାର କଳାକାର ମାନେ ଭଜନ ପରିବେଷଣ କରିଥିଲେ I

Leave A Reply

Your email address will not be published.