“ଚତୁର୍ଥ ଆନ୍ତର୍ଜାତୀୟ ତ୍ରିନେତ୍ର ପୁରସ୍କାର ଉତ୍ସବ-୨୦୨୪” : ତ୍ରିନେତ୍ର ଯୁବ ପ୍ରତିଭା ସମ୍ମାନ”ରେ ସମ୍ମାନିତ ହେଲେ ଡି.ପ୍ରିୟଙ୍କା

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ଵର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ “ଚତୁର୍ଥ ଆନ୍ତର୍ଜାତୀୟ ତ୍ରିନେତ୍ର ପୁରସ୍କାର ଉତ୍ସବ-୨୦୨୪” ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ବିଶିଷ୍ଟ ଅତିଥି ଭାବେ ଶ୍ରୀ ସୌଭିକ ବିଶ୍ବାଳ , ଡ. ଗୌରବ ରହ୍ଲାନ , ଶ୍ରୀ ସି. ରୁଦ୍ର ଚରଣ ମହାନ୍ତି , ପ୍ରଫେସର ପ୍ରସନ୍ନ କୁମାର ଆଚାର୍ଯ୍ଯ , ଗୁରୁ ମୁକ୍ତିଲତା ପାଲ , ଶ୍ରୀ ହିମାଂଶୁ ଶେଖର ପଣ୍ଡା , ସୁଶ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର , ଶ୍ରୀ ହୃଷୀକେଶ ଦାସ , ଶ୍ରୀ ଅମରେନ୍ଦ୍ର ରାଉତ ଯୋଗଦେଇଥିଲେ ।
ଏହି ସମାରୋହରେ ପାରଳାଖେମୁଣ୍ଡି ର ଓଡିଶୀ କଳାକେନ୍ଦ୍ର ଅନୁଷ୍ଠାନର ଗୁରୁ ତଥା ନୃତ୍ୟ ନିର୍ଦ୍ଦେଶିକା ଡି.ପ୍ରିୟଙ୍କାଙ୍କୁ “ତ୍ରିନେତ୍ର ଯୁବ ପ୍ରତିଭା ସମ୍ମାନ”ରେ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।
ଏହି ସମାରୋହରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ନୃତ୍ୟଗୁରୁ ଙ୍କୁ ନୃତ୍ୟ ପରିବେଷଣ କରିବାର ସୁଯୋଗ ଦେଇଥିବାରୁ ଗୁରୁ ଗଜେନ୍ଦ୍ର ପଣ୍ଡା ଏବଂ ଗୁରୁ ରମାକାନ୍ତ ସାହୁଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ ଜଣାଛନ୍ତି ଡି.ପ୍ରିୟଙ୍କା।

Leave A Reply

Your email address will not be published.