ଗୁଣୁପୁର ରେ ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଓଡିଶା ସରକାର ଙ୍କ ମହିଳା ଙ୍କ ପ୍ରଗତି ଏବଂ ବିକଶିତ ଓଡିଶା ରେ ମହିଳା ଙ୍କୁ ସ୍ୱାଭଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ଆଜି ଗୁଣୁପୁର ର ସଦର ଗୁଣୁପୁର ଠାରେ ଆରମ୍ଭ ହୋଇ ଯାଇଛି
ଏହି ଅବସର ରେ ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ ଏବଂ ଭାରତୀୟ ଜନତା ପାର୍ଟି ର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ ଙ୍କ ନେତୃତ୍ୱ ରେ ଗୁଣୁପୁର ନୂଆ ବସ ଷ୍ଟାଣ୍ଡ ରୁ ଏକ ବିଶାଳ ମହିଳା ଙ୍କ ଶୋଭାଯାତ୍ରା ବାହାରି ଗୁଣୁପୁର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ପହଁଚି ଥିଲା
ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ ମୁଖ୍ୟ ଅତିଥି ଭାବେ ଥିବା ବେଳେ ଅନ୍ୟତମ ଅତିଥି ଭାବେ ଗୁଣୁପୁର ପଞ୍ଚାୟତ ଉପଧ୍ୟାକ୍ଷା ସୁଦର୍ଶନ ଶବର ସିଡିପିଓ ସୁଷମା ପ୍ରସାଦ ବିଜେପି ର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ ଏବଂ ମିଶନ ଶକ୍ତି ର ଗୁଣୁପୁର ସଭାପତି ମଞ୍ଜୁଳା ପ୍ରଧାନ ଯୋଗ ଦେଇ ସୁଭଦ୍ରା ଯୋଜନା ର ଆବଶ୍ୟକତା ଏବଂ ଲକ୍ଷ୍ୟ ଉପରେ ବୁଝାଇ ଥିଲେ |
ସୁଭଦ୍ରା ଯୋଜନା ରେ ପ୍ରତିଟି ମହିଳା ବାର୍ଷିକ ଦୁଇଟି କିସ୍ତି ରେ ପାଞ୍ଚ ହଜାର ଟଙ୍କା ରାଖୀ ପୁର୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସରେ ପାଇବେ ଏବଂ ପାଞ୍ଚ ବର୍ଷ ମଧ୍ୟ ରେ ମୋଟ ପଚାଶ ହଜାର ଟଙ୍କା ପାଇବେ ଏବଂ ପ୍ରତିଟି ମହିଳା ଏହି ସୁଭଦ୍ରା ଯୋଜନା ଦ୍ୱାରା ସ୍ୱାଭାଲମ୍ବୀ ହେବେ ବୋଲି ବରିଷ୍ଠ ବିଜେପି ନେତା ପ୍ରମୋଦ କୁମାର ସାହୁ ଜଣାଇ ଥିଲେ ଏବଂ ଚଳିତ ମାସ ସତର ତାରିଖ ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଜନ୍ମ ଦିନ ପଡୁ ଥିବାରୁ ପ୍ରଥମ କିସ୍ତି ପାଞ୍ଚ ହଜାର ଟଙ୍କା ବ୍ୟାଙ୍କ ଖାତା ରେ ଜମା ହେବ ବୋଲି ଉପସ୍ଥିତ ମହିଳା ଙ୍କୁ ଜଣାଇ ଥିଲେ
ଗୋଷ୍ଠୀଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ ଯୋଜନା ର ଲକ୍ଷ୍ୟ ଉପରେ ଏବଂ କେଉଁ ମାନେ ବିଶେଷ କରି ଏହି ସୁଭଦ୍ରା ଯୋଜନା ରେ ଉପକୃତ ହେବେ କହି ଥିଲେ ଏବଂ ସମସ୍ତେ ବିନା ଖର୍ଚ୍ଚ ରେ ଏହି ଯୋଜନା ରେ ପଞ୍ଜିକରଣ କରିପାରିବେ ବୋଲି ସୁଶ୍ରୀ ପ୍ରଧାନ କହି ଥିଲେ | ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାହୁ ପରିଚାଳନା କରି ଥିଲେ |ଏହି କାର୍ଯ୍ୟକ୍ରମ ରେ ବ୍ଲକ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା ଉଦୟ ପାଢ଼ୀ ପିଙ୍କୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ |

Leave A Reply

Your email address will not be published.