ପାଇକମାଳ ହାଇସ୍କୁଲ ରେ ହିନ୍ଦୀ ଦିବସ ପାଳିତ।

0 2

ପଦ୍ମପୁର :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ହିନ୍ଦୀ ଦିବସ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ପାଳିତ ହୋଇ ଯାଇଛି। ମୂଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ପୂର୍ଣ୍ଣରାମ ସା ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ହିନ୍ଦୀ ଭାଷା ର ମହତ୍ତ୍ଵ ବିଷୟରେ ଆଲୋଚନା କରି ଏହି ଭାଷା ର ଉନ୍ନତି ପାଇଁ କାର୍ଯ କରିବା ପାଇଁ ଆହ୍ବାନ ଦେଇଥିଲେ। ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରା ଯାଇଥିଲା। ଜ୍ୟୋତିର୍ମୟୀ ପଟ୍ଟନାୟକ ଓ ବବିତା ବେହେରା ମଞ୍ଚାସୀନ ଥିଲେ।ଏହି ଅବସର ରେ ଆୟୋଜିତ ସ୍ଲୋଗାନ,ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗୀତା ରେ କୃତିତ୍ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଶୁଭଶ୍ରୀ ଚନ୍ଦନ,ରଜନୀ ଚାନ୍ଦ, କରିସ୍ମ। ସାହୁ ,ସ୍ଵସ୍ତିକ ଦାସ,ଦୀପିକା ସାହୁ,କମଳିନୀ ବିଶ୍ଵାଳ, ଓ ଭାସ୍କର ସାହୁ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରି ସମ୍ମାନିତ କରିଥିଲେ।ସୁଦାମ ପାଣ୍ଡେ,ନିରୁପମା ସାହୁ, ଆନନ୍ଦିନୀ ସେଠ୍, ଲଲିତ କୁମାର ବିଶ୍ଵାଳ, ମଧୁସ୍ମିତା ମେହେର ସହଯୋଗ କରିଥିଲେ। ହିନ୍ଦୀ ଶିକ୍ଷକ ତ୍ରିଲୋଚନ ନାୟକ ପରିଚାଳନା ଓ ରଜତ କୁମାର୍ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.