ପଦ୍ମପୁର :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ବିଶ୍ଵ ଭାତୃତ୍ବ ଦିବସ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡା ସଭାର ଉଦ୍ଦେଶ୍ୟ ଜ୍ଞାପନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହା ପରେ ମୁଖ୍ୟ ଅତିଥି ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ନିଜ ଅଭିଭାଷଣରେ ଭଗବତଗୀତାର ସ୍ଲୋକ , ବେଦାନ୍ତ, କର୍ମ ଯୋଗ, ଧର୍ମ ଯୋଗ ଇତ୍ୟାଦି ର ଉଦାହରଣ ଦେଇ କିପରି ଗୋଟିଏ ଶିଶୁ ନିଜ ପାଖରେ ଥିବା ଅନ୍ତର୍ନିହିତ ଗୁନବଳୀ କୁ ଚିହ୍ନି ପାରିବ ସେହି ଦିଗରେ ମାର୍ଗଦର୍ଶନ କରିଥିଲେ। ସେ ନିଜ ଭାଷଣରେ ସ୍ଵାମୀ ବିବେକାନନ୍ଦ ଏବଂ ଶଙ୍କରାଚାର୍ଯ୍ୟ ଙ୍କ ନୀତିବାଣୀ ଉପରେ ମଧ୍ୟ ବର୍ଣ୍ଣନା କରିଥିଲେ । ଏହା ପରେ କଲେଜ୍ ର ଇଂରାଜୀ ପ୍ରାଧ୍ୟାପକ ଶ୍ରୀ ଖଗେଶ୍ବର ଦାସ ନିଜ ଅଭିଭାଷଣରେ ବିବେକାନନ୍ଦ ଙ୍କ କେତେକ ସ୍ମରଣୀୟ କୃତିତ୍ୱ ଉପରେ ଆଲୋକପାତ କରିଥିଲେ। ଶେଷରେ ଆଇ.କୁ.ଏ.ସି. ର ସଂଯୋଜକ ଶ୍ରୀ ନବକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାର ସଂଯୋଜନା କରିଥିଲେ ଓଡ଼ିଆ ବିଭାଗର ମୁଖ୍ୟ ଡଃ ସରୋଜ କୁମାର ନାଏକ। ଏହି ସଭାରେ ଡଃ ତୁଷାରକାନ୍ତ ସାହୁ, ଡଃ ପ୍ରଦୀପ କୁମାର ପଣ୍ଡା, ସଞ୍ଜୟ ତିଗା, ଭୁବନେଶ୍ଵର ବରିହା, ପ୍ରଶାନ୍ତ ସିଦାର, ଶ୍ରୀମତୀ ଶର୍ମିଲା ପଣ୍ଡା, ଶ୍ରୀମତୀ ମୋନାଲିସା ସ୍ୱାଇଁ, ଡଃ ମାମତମୟୀ ଗୁରୁ, ସୁରେଶ୍ୱରି ପାଣ୍ଡେ, ସସ୍ମିତା ମେହେର, ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post