“ବିଜେପି ତାର ନିର୍ବାଚନ ପ୍ରତିଶ୍ରୁତି ପୂରଣ ନକରି ଲୋକଙ୍କୁ ଭୁଆଁ ବୁଲାଉଛି”

0

ଝାରବନ୍ଧଠାରେ ବିଜେଡିର କର୍ମୀ ସମ୍ମିଳନୀ 

ଝାରବନ୍ଧରୁ ସଦାନନ୍ଦ ବେହେରା : ଝାରବନ୍ଧ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ଯୋନ ନମ୍ବର 9 ର କର୍ମୀ ସମ୍ବଳନୀ ଅନୁଷ୍ଠିତ ହୋଇଯାଇଛି। 2019 ବିଧାନସଭା ଓ ଲୋକସଭା ଯେତେ ପାଖେଇ ଆସୁଛି, ରାଜନୈତିକ ଦଳ ମାନଙ୍କକର ଜନସମ୍ପର୍କ ତଥା କର୍ମୀ ସମ୍ମିଳନୀ ବଢି ଚାଲିଛି।ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ରାଜନୈତିକ ଉଷ୍ମତା ଦେଖିବାକୁ ମିଲିଛି। ଏହି ପର୍ୟାୟରେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ରାଜନେତା ମାନେ ନିଜ ନିଜ କର୍ମୀମାନଙ୍କୁ ନେଇ ତଥା ଵିଚାର ବିମର୍ଶ କରୁଛନ୍ତି।ସେହିପରି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ ହସ୍ପିଟାଲ ପଡ଼ିଆ ଠାରେ ,ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମନ୍ତ୍ରୀ  ଶ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କ ସଭାପତିତ୍ୱରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀରେ ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ,(ସାଂସଦ ପ୍ରତିନିଧି) ହୃଷିକେଶ ବାରିହା, ବିଦ୍ୟୁତ ରଞ୍ଜନ ପ୍ରଧାନ, ରମେଶ ବାରିକ, ପୂର୍ବତନ ଏନଏସି ଅଧ୍ୟକ୍ଷ  ପ୍ରୀତମ  ମେହେର, ନନ୍ଦଲାଲ ମହାପାତ୍ର,  (ଯୁବ ନେତା) ପ୍ରେମ ବେହେରା ,ମାନଭଞ୍ଜନ ବେହେରା, କେଶବ ସାହୁ, ବସନ୍ତ ନନ୍ଦ, କେଶ ରଂଜନ ବେହେରା, ଉପସ୍ଥିତ ଥିଲେ | ବିଜୁ ଜନତା ଦଳ ଜିଲ୍ଲା  ସଭାପତି ଶ୍ରୀ ବରିହା  “ବଜେପି “କୁ  ଟାର୍ଗେଟ କରିଥିଲେ | ସେ କହି ଥିଲେ, ବଜେପି ତାର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରୁ ନାହିଁ, ଓ  ବିଜେପି ଖାଲି ଭାଷଣ ବାଜି କରୁଛନ୍ତି ,ନେତା କର୍ମୀ ସମସ୍ତେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଏହା ପରେ  ଶେଷ ପର୍ଯ୍ୟାୟ ଭାଷଣରେ ସେ ନବୀନ ସରକାର ଙ୍କ ଲୋକଭିମୁଖୀ ଯୋଜନାମାନଙ୍କୁ ତୃଣମୂଳ ସ୍ତରରେ କିଭଲି ଲୋକଙ୍କ ପାଖରେ  ପହଂଚିବ  ସେ ନେଇ କର୍ମୀମାନଙ୍କୁ ବୁଝାଇଥିଲେ । ଏହି ସଭା ରେ 1200 ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ଯୋଗଦାନ କରିଥିଲେ | 

Leave A Reply

Your email address will not be published.