ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସୁଭଦ୍ରା ସଚେତନତା ରଥ କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ପାରଳା ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା ରଥ ଜିଲ୍ଲାରେ ଆଜି ଠାରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସମସ୍ତ ଗ୍ରାମ ପଞ୍ଚାୟତ , ବ୍ଲକ୍, ପୌରାଞ୍ଚଳରେ ଯୋଗ୍ୟ ହିତାଧିକାରୀଙ୍କ ସୂଚନା ପ୍ରଦାନ କରିବା ସହିତ ସଚେତନତା ସୃଷ୍ଟି କରାଯିବ।
ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ସୁଭଦ୍ରା ଯୋଜନାରେ ଅବେଦନ କରିବା ପାଇଁ କୌଣସି ସମୟସୀମା ନାହିଁ , ଏଣୁ ହିତାଧିକାରୀ ବ୍ୟତିବ୍ୟସ୍ତ ନ ହୋଇ ପଞ୍ଜିକରଣ କରିବାକୁ କହିଥିଲେ।
ଏହି ଯୋଜନାରେ ଆଧାର ଓ ମୋବାଇଲ୍ ନମ୍ବର ଲିଙ୍କ ବଧ୍ୟାତ ମୂଳକ ନୁହେଁ ଓ ଲିଙ୍କ କରିବା ପାଇଁ କୌଣସି ସ୍ଥାନକୁ ଯିବା ଆବଶ୍ୟକ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ। ଏଥି ନିମନ୍ତେ ସମସ୍ତ ଙ୍କୁ ସଚେତନତା କରିବାକୁ ମଧ୍ଯ ପରାମର୍ଶ ଦେଇଛନ୍ତି। ଯୋଗ୍ୟ ହିତାଧିକାରୀ ମାନେ ଆବେଦନ କରିବା ପାଇଁ ତା.୦୧.୦୭.୨୦୨୪ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ସେହିପରି ପ୍ରତିବର୍ଷ ପ୍ରଥମ କିସ୍ତି ରାକ୍ଷୀ ପୂର୍ଣ୍ଣିମା ଏବଂ ଦ୍ୱିତୀୟ କିସ୍ତି ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ତାରିଖରେ ପ୍ରଦାନ କରାଯିବ। ବାର୍ଷିକ ୧୦ ହଜାର ଟଙ୍କାକୁ ୫ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ଜମା କରାଯିବ ,ଏଥିନିମନ୍ତେ ସମସ୍ତ ହିତାଧିକାରୀଙ୍କୁ ଏକ ସୁଭଦ୍ରା କାର୍ଡ ପ୍ରଦାନ କରାଯିବ।
ଯୋଗ୍ୟ ହିତାଧିକାରୀ ମାନେ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ର , ବ୍ଲକ୍ କାର୍ଯ୍ୟାଳୟ , ପୌରାଞ୍ଚଳ କାର୍ଯ୍ୟଳୟ , ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଯାଇ ଆବେଦନ କରିପାରିବେ। ସେହିପରି ଅଧିକ ସୂଚନା ପ୍ରଦାନ ଜାଣିବା ପାଇଁ ଦେୟମୁକ୍ତ ସହାୟତା ହେଲଫ ଲାଇନ୍ ନମ୍ବର ୧୪୬୭୮ ରେ ଯୋଗାଯୋଗ କରି ସୂଚନା ପାଇପାରିବ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ଶ୍ରୀ ଟିମନ ବାରା , ଜିଲ୍ଲା ସାମାଜିକ ମଙ୍ଗଳ ବିଭାଗର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ସାରଳା ପାତ୍ର ସମେତ ବିଭିନ୍ନ ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟା ବିଭାଗୀୟ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.