ସ୍ନେହ ଓ ଶାନ୍ତି ର ବାର୍ତ୍ତା ପ୍ରଦାନ କରେ ନୂଆଁଖାଇ ପର୍ବ।

3

Image
ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ। ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା ବହୁ ଆବାହନ କାଳ ରୁ ଗଢି ଉଠି ଥିଲା। ଭାରତ ବର୍ଷ ରେ ପାଳିତ ହେଉଥିବା ପର୍ବ ପର୍ବାଣୀ ମଧ୍ୟରେ ନୂଆଁଖାଇ ପର୍ବ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଭାରତ ର ବିଭିନ୍ନ ରାଜ୍ୟ ରେ ନୂଆ କରି ଅମଳ ହେଉ ଥିବା ଶସ୍ୟ ର ପୂଜା ବିଭିନ୍ନ ନାମ ରେ ପରିଚିତ l ଅନୁରୂପ ଭାବେ ପଶ୍ଚିମ ଓଡ଼ିଶା ର ଏଗାର ଗୋଟି ଜିଲ୍ଲା କୁ ନେଇ ପାଳିତ ହେଉଥବା ଏହି ଶସ୍ୟଭିତ୍ତିକ ପର୍ବ ନୂଆଁଖାଇ ନାମରେ ପରିଚିତ । ଏହି ପର୍ବ କୁ ଭାଦ୍ରବ ମାସ ଶୁକ୍ଳ ପକ୍ଷରେ ପାଳନ କରାଯାଏ। ଏହି ନୂଆଁଖାଇ ପର୍ବ କୁ ପାଳନ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରାଯାଏ , ଯାହାକୁ ଲଗ୍ନ କୁହାଯାଏ।
ଜନଶ୍ରୁତି ଅନୁଯାୟୀ ଦ୍ୱାଦଶ ଶତାବ୍ଦୀରେ ପାଟଣା ରାଜ୍ୟ ବର୍ତ୍ତମାନ ର ବଲାଙ୍ଗୀର ଜିଲ୍ଲା ର ଚୌହାନ ବଂଶ ର ରାଜା ରମାଇ ଦେଓ ଙ୍କ ଶାସନ କାଳ ରୁ ନୂଆଁଖାଇ ପର୍ବ ର ପାଳନ ଆରମ୍ଭ ହୋଇଛି l ଅନ୍ୟ ଏକ ଜନଶ୍ରୁତି ଅନୁଯାୟୀ ତ୍ରେତୟା ଯୁଗ ରେ କୁଆଡେ଼ କୋଶଳ ରାଜ୍ୟର ରାଜା କୁଶ ଙ୍କ ଶାସନ କାଳରେ ବର୍ତ୍ତମାନ ର ବରଗଡ ଜିଲ୍ଲା ର ପଦ୍ମପୁର ରୁ ନୂଆଁଖାଇ ପର୍ବ ର ପାଳନ ଆରମ୍ଭ ହୋଇଥିଲା l ପ୍ରଥମେ ନୂଆଁ ଅନ୍ନ ପଶ୍ଚିମ ଓଡ଼ିଶା ର ଶକ୍ତି ପୀଠ ସମ୍ବଲପୁର ର ମା ସମଲେଶ୍ବରୀ , ସୋନପୁର ର ମା ସୁରେଶ୍ଵରୀ, ବଲାଙ୍ଗୀର ର ମା ପାଟଣେଶ୍ୱରୀ , କଳାହାଣ୍ଡି ର ମା ମାଣିକେଶ୍ଵରୀ , ଓ ସମସ୍ତ ଅଞ୍ଚଳ ର ଗ୍ରାମ ଦେବା ଦେବୀ ଙ୍କ ଠାରେ ନୂଆଁ ଅନ୍ନ ଲାଗି ହୁଏ l ଏହା ପରେ ପ୍ରତ୍ୟେକ ଘରେ ଇଷ୍ଟ ଦେବୀଙ୍କୁ ନୂଆଁ ଅନ୍ନ ଲାଗି ହୁଏ l ଏହି ସବୁ ଦେବା ଦେବୀ ଙ୍କ ପାଖ ରେ ନୂଆଁ ଅନ୍ନ ଲାଗି ସରିବା ପରେ ଘର ର ସମସ୍ତ ସଦସ୍ୟ ଏକାଠୀ ବସି ନୂଆଁ ଅନ୍ନ ଖାଆନ୍ତି l ନୂଆଁ ଅନ୍ନ ଖାଇ ସରିବା ପରେ ନିଜ ଇଷ୍ଟ ଦେବୀଙ୍କୁ ଦର୍ଶନ କରନ୍ତି l ଏହା ପରେ ଘର ର କନିଷ୍ଠ ମାନେ ବୟୋଜ୍ୟେଷ୍ଠ ମାନଙ୍କୁ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି l ସନ୍ଧ୍ୟା ସମୟରେ ବନ୍ଧୁ ବାନ୍ଧବ ଓ ପଡ଼ୋଶୀ ଙ୍କ ସହ ଜୁହାର ଭେଟ୍ ର ଆସର ହୋଇଥାଏ l ଏହା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟଘାଟ ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥା ଏ l ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମାଜ ର ସମସ୍ତ ବର୍ଗ ର ସଦସ୍ୟ ସାମିଲ ହୁଅନ୍ତି l ଏହି ପର୍ବ ସମାଜ ପାଇଁ ସ୍ନେହ ଓ ଶାନ୍ତି ର ବାର୍ତ୍ତା ପ୍ରଦାନ କରେ l

Image

Image

Image

Image

Image

Image

Image

ImageImage

Image

 

Leave A Reply

Your email address will not be published.