କାର୍ଯ୍ୟରତା ମହିଳା କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର : ଜଣେ ଗିରଫ

3

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ନ୍ୟୁ ମାର୍କେଟ ସ୍ଥିତ ଏକ ଜୋତା ଦୋକାନରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ସହକର୍ମୀଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ ହେଇଛି। ଖବରରୁ ପ୍ରକାଶ ଯେ ବଡ଼ବିଲ ନ୍ୟୁ ମାର୍କେଟ ସ୍ଥିତ ଜୋତା ଦୋକାନ ଷ୍ଟାର ସୁରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ତାଙ୍କ ସହକର୍ମୀ କ୍ରମାଗତ ଭାବେ ଅଶାଳୀନ ବ୍ୟବହାର କରି ଆସୁଥିଲେ। ମହିଳା କର୍ମଚାରୀ ଜଣକ ଏହାର ପ୍ରତିବାଦ କରିବା ସହ ଦୋକାନ ମାଲିକ ଏମଡି ନବାବଙ୍କୁ ଜଣାଇଥିଲେ। ସେପ୍ଟେମ୍ବର ୬ ତାରିଖ ସକାଳ ୯ଟା ୩୦ ସମୟରେ ଦୋକାନ ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସହକର୍ମୀ ଏମଡି ୟୁସୁଫ ଉକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ମହିଳା ଜଣକ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବଡ଼ବିଲ ପୋଲିସ ତଦନ୍ତ କରି ଉକ୍ତ କର୍ମଚାରୀ ଏମଡି ୟୁସୁଫ (୫୪)କୁ ଗିରଫ କରିଥିବା ସୂଚନା ମିଳିଛି। ବଡ଼ବିଲ ଥାନାରେ କେଶ ନଂ ୨୭୨ ବିଏନଏସ ଧାରା ୩୫୪/୧୨୩(୨)/୭୪/୭୫(୧)(୧)ରେ କେଶ ରୁଜୁ ହୋଇଥିବାର ଜଣାପଡିଛି। ଘଟଣାଟି ବଡ଼ବିଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.