ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୦୯/୨୪ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଓ ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ ନିରିକ୍ଷିକା ରଞ୍ଜୁଲତା ବାରିକ ଙ୍କ ତତ୍ତ୍ଵାବଧାନରେ ଆଜି ଡାବୁଗାଁ ଅବକାରୀ ଥାନା ଅଂଚଳ ରେ ଅବକାରୀ କର୍ମଚାରୀ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଏଥିରେ ବେନିୟମ ଦେଶୀ ମହୁଲି ମଦ ବିକ୍ରୀ ଉଦ୍ଦେଶ୍ୟ ରେ ନେବା ସମୟରେ ଜଣେ ବ୍ୟକ୍ତି ଙ୍କୁ ଅବକାରୀ କର୍ମଚାରୀ ଗିରଫ କରିଥିଲେ। ଅଭିଯୁକ୍ତ ଜଣକ ଡାବୁଗାଁ ଅବକାରୀ ଥାନା ଅନ୍ତର୍ଗତ ବାଇଗାଁ ର ଅର୍ଜୁନ କଲାର (୫୨) ବୋଲି ଜଣା ପଡିଛି।ସୂଚନା ଅନୁଯାଇ ଆଜି ଡାବୁଗାଁ ଅବକାରୀ କର୍ମଚାରୀ ମାନେ ଡାବୁଗାଁ ଥାନା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ପେଟ୍ରଲିଂ କରୁଥିବା ସମୟରେ ଆଜି ଦିନ ପ୍ରାୟ ୨ ଘଣ୍ଟ ସମୟରେ ବାଇଗାଁ ଗ୍ରାମ ନିକଟରେ ବାଇଗାଁ ଗ୍ରାମ ର ଅର୍ଜୁନ କଲାର ଏକ ପ୍ଲାଷ୍ଟିକ ଜାର୍କିନ ରେ ବେଆଇନ ଭାବେ ୧୭ ଲିଟର ଦେଶୀ ମହୁଲି ମଦ ବିକ୍ରି ଉଦ୍ଦେଶ୍ୟରେ ନେଉଥିବା ସମୟରେ କର୍ମଚାରୀଙ୍କ ହାତରେ ଧରା ପଡିଥିଲା। ଅବକାରୀ ବିଭାଗ ତରଫରୁ କେସ ନ ୧୧୦/୨୦୨୪/୨୫ ରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେହିପରି ପେଟ୍ରଲିଂ ସମୟରେ ଚିଚି ବାଇ ଗ୍ରାମ ନିକଟ ଏକ ଚାଷ ଜମି ନାଳ ନିକଟରେ ୮୦ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ଦେଶୀ ମଦ ପାଇଁ ପ୍ରସ୍ତୁତ ୮୦୦ ଲିଟର ମହୁଲି ପୋଚ ନଷ୍ଟ କରିଥିଲେ। ଏହି ଚଢାଉ ରେ ଡାବୁଗାଁ ଅବକାରୀ ଉପ ନୀରିକ୍ଷକ ବୁଲୁ ପାତ୍ର, ସହ ଉପ ନୀରିକ୍ଷକ ଏସ କେ ପଣ୍ଡା ,ଅବକାରୀ କର୍ମଚାରୀ ସୁରେଖା ଭତରା, ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋଇ ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post