କହିଁ ପେ ନୀଗାହେ, କହିଁପେ ନିଶାନା :  ଶ୍ରୀକାନ୍ତଙ୍କ  ଗଡ଼ରେ ନିରଞ୍ଜନଙ୍କ ଦଳିତ ସମାବେଶ ଭାୟା ଏସସି ସେଲ 

0

ଭୁବନେଶ୍ୱର -ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନିରଞ୍ଜନ ବିରୋଧୀ ପ୍ରଚାରକୁ ପ୍ରତିହତ କରିବା ପାଇଁ ତାଙ୍କ ଗଡରେ ମାନେ ସେ ଯେଉଁଠୁ ସଂସଦ ଭାବେ ଜିତି ମନ୍ତ୍ରୀ ହୋଇଥିଲେ ବାଲେଶ୍ୱରରେ କଂଗ୍ରେସର ଏସସି ସେଲ କରିବ ସମାବେଶ ମାଇନସ ଶ୍ରୀକାନ୍ତ  | ରାଜ୍ୟ ସାରା ବୁଲି ଦଳିତଙ୍କ ମସିହା ବୋଲି ପ୍ରଚାର କରି ଆସୁଥିବା ଶ୍ରୀକାନ୍ତଙ୍କୁ ଏଇ ଦଳିତ ସମାବେଶ ଆଳରେ ଚାଲେଞ୍ଜ ଦେବାକୁ ଯୋଜନା କରିଛନ୍ତି ନିରଞ୍ଜନ | ଆଳ  ଯଦିଓ ଦଳିତ ସମାବେଶ, ହେଲେ ଟାର୍ଗେଟ ଶ୍ରୀକାନ୍ତ | ମାନେ ଗୋଟିଏ ବାଣରେ ଦୁଇଟି ଶିକାର | ଦଳିତଙ୍କୁ ବାର୍ତା ଯିବ ଯେ କଂଗ୍ରେସ ତମ ସହିତ, ଶ୍ରୀକାନ୍ତଙ୍କୁ ବାର୍ତ୍ତା ଯିବ ଯେ ବାଲେଶ୍ୱର ସଂଗଠନ ତୁମ ସହିତ ନାହିଁ | 

 ରାଜ୍ୟରେ ଘରଡିହ ନଥିବା ଦଳିତମାନଙ୍କୁ ସର୍ବନିମ୍ନ ୪ ଡିସମିଲ୍ ଜମି, ଦଳିତ ଗ୍ରାମକୁ ସର୍ବନିମ୍ନ ମୌଳିକ ସୁବିଧା, ନିର୍ଯ୍ୟାତନା ନିବାରଣ ଆଇନକୁ  କଡାକଡି ଭାବରେ ପାଳନ କରିବା, ଦଳିତ ଓ ଆଦିବାସୀମାନଙ୍କ ସାମଗ୍ରୀକ ବିକାଶ ପାଇଁ ଉପଯୋଜନାରେ ଉଦ୍ଧିଷ୍ଟ ଅର୍ଥରାଶିକୁ ପରିଣତ କରିବା ଆଦି ପ୍ରସଙ୍ଗ ନେଇ ରାଜ୍ୟର ପ୍ରତି ଜିଲ୍ଲାରେ ଦଳିତ ସମାବେଶ ଓ ଆନ୍ଦୋଳନ  କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ନିଷ୍ପତି ଗ୍ରହଣ କରିଛି ।ଏହି ପରିପ୍ରେକ୍ଷୀରେ ଆସନ୍ତା ୨୩ ତାରିଖ ଦିନ ବାଲେଶ୍ୱରର ଗାନ୍ଧୀସ୍ମୃତି ଭବନ ଠାରେ ଏକ ବିରାଟ ଦଳିତ ସମାବେଶ ଅନୁଷ୍ଠିତ  ହେବ । ଉକ୍ତ ସମାବେଶରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସଭାପତି ଜୟଦେବ ଜେନା, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦକ ସଞ୍ଜୀବ ଗିରି, ଜିଲ୍ଲା କଂଗ୍ରେସ କମିଟି ସଭାପତି ଶରତ ରାଜଙ୍କ ସମେତ ବାଲେଶ୍ୱର ଜିଲ୍ଲାର ସମସ୍ତ କଂଗ୍ରେସ ନେତୃମଣ୍ଡଳୀ ଯୋଗଦେବେ ।

 

Leave A Reply

Your email address will not be published.