ମୟୂରଭଞ୍ଜ ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ର ଙ୍କ ରିପୋର୍ଟ : ଶାସକ ପ୍ରଶାସକ ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ସ୍ଥାନୀୟ ଝାରପୋଖରିଆ ଠାରେ ଥିବା ଇଞ୍ଜିନିୟରିଂ କଲେଜ ପରିସରରେ ସୀମାନ୍ତ ପୁରୁଷ ସ୍ବର୍ଗତ ପରେଶ ଚନ୍ଦ୍ର ବସା ଙ୍କ ର ୧୯ ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠାନର ଅଧ୍ୟକ୍ଷ ଡ: ପ୍ରଶାନ୍ତ ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ସ୍ୱର୍ଗତ ବସାଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ଏବଂ ପରବର୍ତ୍ତୀ ସମୟରେ ଦ୍ଵୀପ ପ୍ରଜ୍ବଳନ କରିବା ସହିତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରକାଶ ଥାଉକି ୧୯୯୭ ମସିହାରେ ତାଙ୍କରି ପ୍ରଚେଷ୍ଟା ରେ ସୀମାନ୍ତ ଇଞ୍ଜିନିୟରିଂ କଲେଜ ଆରମ୍ଭ ହୋଇ ଥିଲା। ସେହି ଦିନଠାରୁ ହଜାର ହଜାର ଛାତ୍ର ଛାତ୍ରୀ ଉକ୍ତ କଲେଜ ରେ ପାଠପଢି କୃତିତ୍ୱ ଅର୍ଜନ କରିବା ସହିତ ଦେଶ ବିଦେଶରେ ଥିବା ବିଭିନ୍ନ ପ୍ରତିଷ୍ଠାନ ମାନଙ୍କରେ ନିୟୋଜିତ ହୋଇ କାର୍ଯ୍ୟ କରି ଆସୁ ଥିବାବେଳେ ଏହି ଅନୁଷ୍ଠାନଟି ମୟୂରଭଞ୍ଜ ଝାରପୋଖରଆ କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରି ପାରିଛି। ତେବେ ଏହି ଶ୍ରାଦ୍ଧ ବାର୍ଷିକୀ ପାଳିତ ଅବସରରେ ଅନୁଷ୍ଠାନରେ ଥିବା ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ଯୁକ୍ତ ଘାସିରାମ କଲିଆ , ଶ୍ରୀ ଯୁକ୍ତ ଅର୍ଧେନ୍ଦୁ ପ୍ରହରାଜ , ଶ୍ରୀଯୁକ୍ତ ଅମିୟ କୁମାର ଦ୍ୱାରୀ ଯୋଗଦେବା ସହିତ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇ ଥିବା ବେଳେ ଏଥିରେ ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତା ଓ ସ୍ୱେଚ୍ଛାସେବୀ ମାନେ ମଧ୍ୟ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post