ପ୍ରଶାସନର ନିର୍ଦ୍ଦେଶ କୁ ଖୋଲାଖୋଲି ଭାବେ ଉଲଘଂନ କରି ପ୍ଲାଷ୍ଟର ଅଫ ପାରିସର ମୂର୍ତ୍ତି ବିକ୍ରି

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ଖୁଲମ ଖୁଲା ପ୍ଳାଷ୍ଟର ଅଫ ପାରିସର ଗଣେଶ ମୂର୍ତ୍ତି ବିକ୍ରି କରାଯାଉଛି l ପ୍ଳାଷ୍ଟର ଅଫ ପାରିସର ବ୍ୟବହାର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥିବା ଯୋଗୁଁ ଗଣେଶ ମୂର୍ତ୍ତି ମାଟିରେ ଗଢିବା ସହ ପ୍ଳାଷ୍ଟର ଅଫ ପାରିସର ମୂର୍ତ୍ତିକୁ ସମ୍ପୂଣ୍ଣ ଭାବେ ବନ୍ଦ କରିବା ପାଇଁ ପ୍ରଶାସନ ନିର୍ଦ୍ଧେଶ ନାମା ଜାରି କରିଛି l ଗତ ତା23/08/2024ରିଖ ଦିନ ଗଣେଶ ପୂଜା ଏବଂ ବିସର୍ଜନକୁ ନେଇ ଉପଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଉପଜିଲ୍ଲାପାଳ କିରଣ ଦ୍ବୀପ କୌରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲାl ଉକ୍ତ ବୈଠକରେ ସମସ୍ତ ଅଧିକାରୀ, ପୂଜା କମିଟି ସଭାପତି ଓ ଡିଜେ ସାଉଣ୍ଡ ମାଲିକ ମାନଙ୍କୁ ନେଇ ଶବ୍ଦ ପ୍ରଦୂଷଣ ଉପରେ ପ୍ରତିବନ୍ଧ, ମୂର୍ତ୍ତି ଵିସର୍ଜନର ସ୍ଥାନ, ପ୍ଳାଷ୍ଟର ଅଫ ପାରିସ ମୂର୍ତ୍ତି ବ୍ୟବହାର ନକରିବା ଭଳି ଅନେକ ବିଷୟରେ ଆଲୋଚନା ହୋଇଥିଲା l ପ୍ରଶାସନର ନିର୍ଦ୍ଧେଶକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ସହରର ବିଭିନ୍ନ ସ୍ଥାନରେ ଏହି ପ୍ଲାସ୍ଟିକ ଅଫ ପାରିଶର ବିକ୍ରେତା ମୂର୍ତ୍ତି ବିକ୍ରି କରୁଛିl ଏଭଳି ହାନିକାରକ କେମିକାଲରେ ତିଆରି ମୂର୍ତ୍ତିର ବିକ୍ରୀକୁ ପ୍ରଶାସନ ତୁରନ୍ତ ବନ୍ଦ କରିବା ସହ ବିକ୍ରେତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି l

 

Leave A Reply

Your email address will not be published.