ବାଳ ନିକେତନ ଶିଶୁଯତ୍ନ ଅନ୍ତେବାସୀ ପାଳିଲେ ଜନ୍ମାଷ୍ଟମୀ

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପବିତ୍ର ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମତ୍ସଵ । ସାରା ଦେଶ ପାଳୁଛି ଜନ୍ମାଷ୍ଟମୀ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଲିମାମେଡା ଠାରେ ଥିବା ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ପରିସରରେ ଆଜି ଅତି ଆନନ୍ଦ ଉଲ୍ଲାସର ସହିତ ଏହି ଜନ୍ମତ୍ସଵ ପାଳନ କରାଯାଇଛି । ଅନ୍ତେବାସୀ ଶିଶୁ ମାନେ ଶ୍ରୀକୃଷ୍ଣ ଙ୍କ ଲୀଳା ଚରିତ ବିଭିନ୍ନ ବେଶ ରେ ସୁସଜ୍ଜିତ ହୋଇଥିଲେ । ଶ୍ରୀମଦ ଭାଗବତ ବର୍ଣ୍ଣିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅଭିନୟ କରାଯାଇଥିଲା । ପରେ ଅନ୍ତେବାସୀ ମାନେ ସ୍ଥାନୀୟ ଅଞ୍ଚଳରେ ନାମ କୀର୍ତ୍ତନ ସହ ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଅନୁଷ୍ଠାନ ର କଳା ଓ ସଙ୍ଗୀତ ଶିକ୍ଷକ ନବୀନ ଗୁରୁଙ୍କ ନିର୍ଦେଶନା ରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଭଗବାନ ଶ୍ରୀକୃଷ୍ଣ ଙ୍କ ଦିବ୍ୟଲୀଳା ରେ ଅଂଶ ଗ୍ରହଣ କରିଥିଲେ ।

 

Leave A Reply

Your email address will not be published.