ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ଭବନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

5

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ଭବନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଉତ୍ସବରେ ଭଞ୍ଜନଗର ସାଇ ଗୁରୁକୂଳ ପ୍ରତିଷ୍ଠାତା ଅଜିତ୍ କୁମାର ଶତପଥି,ସାଇ ସଂଘର ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇ ଶ୍ରୀକୃଷ୍ଣଙ୍କ ମହିମା ଏବଂ ଆଦର୍ଶ ଉପରେ ଆଲୋକପାତ କରିବା ସହିତ ପ୍ରତି ପିଲାଙ୍କୁ ଆଦର୍ଶ ଭାବେ ଗଢିବା ମାଆ ମାନଙ୍କର ଦାଇତ୍ୱ ବୋଲି ପ୍ରକାଶ କରିଥିଲେ I ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ରୋଟାରୀ କ୍ଲବ୍ ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର,ବିଶିଷ୍ଟ ଅତିଥି ରୂପେ ସ୍ମତୀ ପ୍ରିୟ ସ୍ୱାମୀଜୀ, ଆର୍ଯ୍ୟ ସମାଜ ସଂଗଠକ, ସ୍ୱାମୀ ସତ୍ୟ ନାରାୟଣ,କରଚୂଲୀ ମଠ ମହନ୍ତ,ବିଶ୍ୱ ହିନ୍ଦୁ ପରିଷଦ ସଂଗଠକ ପ୍ରମୁଖ ଯୋଗ ଦେଇ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନର ମହତ୍ୱ ସମ୍ପର୍କରେ ବର୍ଣ୍ଣନ କରିଥିଲେ I ବିଦ୍ୟାଭବନ ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର ଶ୍ରୀକୃଷ୍ଣଙ୍କ ପରି ସନ୍ତାନ ଗଠନ କରିବା ମାଆ ମାନଙ୍କ ଦାୟିତ୍ୱ ବୋଲି କହିଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶହେରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ଏବଂ ଆଧ୍ୟାତ୍ମିକ ନୃତ୍ୟ ପ୍ରତିଯୋଗୀତା ହୋଇଥିଲା I କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆଶା ଗୁରୁମା,ମାମାଜିନ୍ ଗୁରୁମା,ସୁମିତ୍ରା ଗୁରୁମା, ଅମ୍ବିକା ଗୁରୁମା, ଅଲିଭା ଗୁରୁମା ଏବଂ ପ୍ରମୋଦ, କୁମାରେଶ୍ୱର,ମନୋଜ ଏବଂ ଗଣେଶ ଗୁରୁଜୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଆଶା ଗୁରୁମା ଧନ୍ୟବାଦ ପ୍ରଦାନ କରିଥିଲେ I

Leave A Reply

Your email address will not be published.