ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳନ

5

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହେନ୍ଦ୍ରଗିରି ( ପୌର) ଉଚ୍ଚ ବିଦ୍ୟାଳୟ ଠାରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କର୍ଯ୍ୟକ୍ରମରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ଦାସ ତତ୍ବାବଧାନରେ ମୁଖ୍ୟବକ୍ତା ଭାବେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ବିଘ୍ନେଶ୍ୱର ମିଶ୍ର , ବିଶିଷ୍ଟ ବକ୍ତା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ତ୍ରିପାଠୀ , ସାରସ୍ଵତ ବକ୍ତା ଡ.ଚନ୍ଦ୍ରଶେଖର ତ୍ରିପାଠୀ , ପଣ୍ଡିତ କୁମୁଦ ରଞ୍ଜନ ଦାଶ , ଶୁଭାଶିଷ ପତି ପ୍ରମୁଖ ଏହି ସାରସ୍ଵତ ବୈଠକରେ ଯୋଗ ଦାନ କରି ସଂସ୍କୃତ ଶିକ୍ଷାର ଉପାଦେୟତା ବିଭିନ୍ନ ଦୃଷ୍ଟି କୋଣରୁ ଆଲୋଚନା କରିଥିଲେ।
ଆଲୁମିନି ବିଚିତ୍ରାନନ୍ଦ ବେବର୍ତ୍ତା ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

Leave A Reply

Your email address will not be published.