– ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟ ଠାରେ ଜାତୀୟ ମହା ବୃକ୍ଷରୋପଣ ପ୍ରୟାସ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଏନ୍.ଏସ୍.ଏସ୍ (ଜାତୀୟ ସେବା ଯୋଜନା) କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା କରିଥିଲେ।
ଅଧ୍ୟକ୍ଷା ଡ. ରୀନା ସାହୁ ବୃକ୍ଷରୋପଣର ଉଦ୍ଦେଶ୍ୟ ଏବଂ ଗୁରୁତ୍ବ ଉପରେ ଆଲୋକପାତ କରି ଛାତ୍ରୀମାନଙ୍କ ସକ୍ରିୟ ଅଂଶ ଗ୍ରହଣର ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ବୃକ୍ଷର ମହତ୍ତ୍ବ ତାର ଅବଦାନ ଏବଂ ଜଗତ ଉତ୍ତପ୍ତିକରଣ , ନିରାକରଣ ନିମନ୍ତେ ବୃକ୍ଷର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ।
ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର ବୃକ୍ଷ ନଷ୍ଟର ଅପକାରିତା ଏବଂ ପୁନଃ ବୃକ୍ଷ ରୋପଣର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ । ଅଧ୍ୟାପକ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡିତ୍ , ବୃକ୍ଷର ଯତ୍ନ ପ୍ରତି ସମସ୍ତଙ୍କ କର୍ତ୍ତବ୍ୟ ଏବଂ ବୃକ୍ଷ ରୋପଣ ଦ୍ବାରା ଭବିଷ୍ୟତର ମାନବ ଜୀବନ ଓ ପର୍ଯ୍ୟାବରଣର ସୁରକ୍ଷା ଦିଗରେ ଯତ୍ନଶୀଳ ହେବା ନିମନ୍ତେ ଛାତ୍ରୀ ମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଏବଂ ଅନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ପୂର୍ଣ୍ଣ ସହଯୋଗ ପ୍ରଦାନ ପୂର୍ବକ ଏହି କାର୍ଯ୍ୟକୁ ସଫଳ କରିଥିଲେ। ଶେଷରେ ଅଧ୍ୟାପିକା ମଧୁସ୍ମିତା ପ୍ରଧାନ ଧନ୍ୟବାଦ୍ ଦେବା ସହ ସଭା ସାଙ୍ଗ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post