ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

6

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନିର ଦ୍ୱିତୀୟ ଏବଂ ଶେଷ ବର୍ଷ ଛାତ୍ରଛାତ୍ରୀ ପ୍ରଥମ ବର୍ଷା ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ I କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗ ଅଧ୍ୟାପିକା ପିଙ୍କି ପାତ୍ର, ଅଧ୍ୟାପକ ଅଶୋକ କୁମାର ପ୍ରଧାନ,ଡ ପ୍ରଫୁଲ୍ଲ କୁମାର ମିନା,ଅଧ୍ୟାପକ ସପନ କୁମାର ପ୍ରଧାନ,ଅମୀୟ କୁମାର ବିଶ୍ୱାଳ,ବିଶ୍ୱ ରଞ୍ଜନ ସ୍ୱାଇଁ,ରଞ୍ଜିତ୍ କୁମାର ସାମଲ୍ ଏବଂ ସମ୍ବାଦିକ ଶିବରାମ ଚୌଧୂରୀ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମକୁ ଅଧ୍ୟାପକ ସପନ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ପିଙ୍କି ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

Leave A Reply

Your email address will not be published.