ପଦ୍ମପୁର :- ବରଗଡ ଜ଼ିଲ୍ଲା ବିଜେପୁର ପଂଚାୟତ ସମିତି ଅନ୍ତର୍ଗତ ତାଳପଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ଜ଼ିଲ୍ଲା ସମିତି ବରଗଡ ତରଫରୁ ଗତ 10.08.2024ରେ ଆରମ୍ଭ ହୋଇ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଘରକୁ ଘର ଯାଇ ଫାଇଲେରିଆ ନିବାକରଣ ପୂର୍ବକ ଔଷଧ ବଣ୍ଟନ କରିବା ପରେ ମଧ୍ୟ ତାଳପଦର ଗ୍ରାମର 50% ପ୍ରତି ଶତ ଲୋକ ନେଇ ନ ଥିବାରୁ ଜଗନ୍ନାଥ ମନ୍ଦିର ତାଳପଦର ସମ୍ମୁଖରେ ସାମୁହିକ ଔଷଧ ସେବନ ର କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ l ସେଥିରେ ବିଜେପୁର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭି.ବି.ଡିଟି. ଏସ ଡୋଳମଣୀ ଦାସ, ବି.ପି.ଏମ ବିଜୟ କୁମାର ଦାସ, ଅଙ୍ଗନବାଡି କର୍ମୀ ସୋନାଲି ସାହୁ, ବିମଳା ପଧାନ, ଅଞ୍ଜଳି ଭାରାସାଗର, ଦୀପାଞ୍ଜଳି ରଣା, ଆଶାକର୍ମୀ ସରଜନୀ ପଧାନ, ପ୍ରତିମା ମଲ୍ଲିକ, ମହିଳା ସ୍ୱାସ୍ଥ୍ୟ କର୍ମୀ ସପ୍ନାରାଣୀ ପଧାନ ଉପସ୍ଥିତ ରହି ଲୋକଙ୍କୁ ସଚେତନା କରିବା ସହ ଲୋକଙ୍କୁ ଫାଇଲେରିଆ ଔଷଧ ଗ୍ରହଣ କରିବାକୁ ଲୋକଙ୍କୁ ବୁଝାଇଥିଲେ l ପରେ ତାଳପଦର ଗ୍ରାମବସି ସଚେତନ ହୋଇ ବହୁସଂଖ୍ୟା ରେ ଆସି ଔଷଧ ସେବନ କରିଥିଲେ l
Sign in
Sign in
Recover your password.
A password will be e-mailed to you.