ଓଡିଶାର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୨ ତମ ଜୟନ୍ତୀ ପାଳିତ

6

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ସଂସ୍କୃତି ପୁରୁଷ , ଐତିହାସିକ , ଯୁଗ ପୁରୁଷ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ଙ୍କ ୧୨୨ ତମ ଜୟନ୍ତୀ ଉତ୍ସବ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭା ଗୃହ ଠାରେ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ ସ୍ମୃତି ସଂସଦ , ଓଡିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର୍ ଡ.ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଡ. ଚନ୍ଦ୍ର ଶେଖର ହୋତା , ସମ୍ମାନିତ ଅତିଥି ରୂପେ ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ମଞ୍ଚାସୀନ ରହି ପଦ୍ମଶ୍ରୀ ଡ଼ଃ ରାଜଗୁରୁଙ୍କ ବିଭିନ୍ନ କୃତୀ ଜପରେ ଆଲୋଚନା କରି ସେ ଏକାଧାରରେ ଜଣେ ସଂସ୍କୃତି ପୁରୁଷ , ଐତିହାସିକ , ପଣ୍ଡିତ , ପ୍ରତ୍ନତତ୍ତ୍ୱ ଓ ଲବ୍ଧପ୍ରତିଷ୍ଠିତ ଲିପିତତ୍ତ୍ୱବିଦ , ତାମ୍ରଲିପି ପାଠକ , ଗବେଷକ , ନାଟ୍ୟକାର , ଶିକ୍ଷାବିତ , ସାହିତ୍ୟିକ ଓ , କୁଟନିତିଜ୍ଞ ସମାଲୋଚକ , ମହାନ୍ ସମାଜ ସେବୀ ଓ ସଂସ୍କାରକ ଥିଲେ ବୋଲି କହିଥିଲେ।
ମୁଖ୍ୟତଃ ଓଡିଶାର ଧର୍ମ , ସାହିତ୍ୟ ଓ ସଂସ୍କୃତିର ପ୍ରବକ୍ତା ତଥା ଲିପିତତ୍ତ୍ୱବିତ ଭାବେ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ଯଶ-କୀର୍ତ୍ତି କେବଳ ଓଡିଶାରେ ସୀମିତ ନ ଥିଲା , ଏହା ସମଗ୍ର ଭାରତବର୍ଷ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ପରିବ୍ୟାପ୍ତ ହୋଇ ରହିଥିଲା ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଡ. ଚନ୍ଦ୍ର ଶେଖର ହୋତା ଙ୍କୁ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସ୍ମୃତି ସମ୍ମାନ-୨୦୨୪ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦର କଣ୍ଠଶିଳ୍ପୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।
ଏହି ସାରସ୍ଵତ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ଆବାହନ ଇଂ ଶ୍ବେତା ପଟ୍ଟନାୟକ , ଆଶାଲତା ପାଣିଗ୍ରାହୀ କରିଥିବା ବେଳେ ସାରସ୍ଵତ ସଭା କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ ଓ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ବିବରଣୀ ପାଠ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ଭାରତ ଭୂଷଣ ମହାନ୍ତି।
ଏହି ଅବସରରେ ସକାଳେ ସ୍ଥାନୀୟ ପୁରୁଣା କୋର୍ଟ ଛକ ଠାରେ ଥିବା ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ଉପରେ ସଂସଦର କର୍ମକର୍ତ୍ତା ମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

Leave A Reply

Your email address will not be published.