ନିମାପଡା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା: ବିଜେଡି ଅଧ୍ୟକ୍ଷ ପଦ ବଜାୟ ରଖିଲା

5

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ସମୀର ଦାସଙ୍କୁ ଶକ୍ତ ଝଟକା

ଭୁବନେଶ୍ୱର, ୨୦/୦୮/୨୦୨୪: ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନୁଷ୍ଠିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟରେ ଦୁଇତୃତୀୟାଂଶ ଭୋଟ ନ ପଡିବାରୁ ପ୍ରସ୍ତାବଟି ଖାରଜ ହୋଇଯାଇଛି । ତେଣୁ ଅଧ୍ୟକ୍ଷ ପଦରେ ଥିବା ବିଜୁ ଜନତା ଦଳର ସସ୍ମିତା ସାହୁ ପଦ ବଜାୟ ରଖିବା ନିଶ୍ଚିତ ହୋଇଯାଇଛି । ଅନାସ୍ଥା ପ୍ରସ୍ତାବ କାଟ ଖାଇବା ବିଜୁଜନତା ଦଳ ପାଇଁ ଗୋଟିଏ ବଡ଼ ବିଜୟ ବୋଲି ବିବେଚନା କରାଯାଉଥିଲା ବେଳେ ଭାରତୀୟ ଜନତା ପାର୍ଟି, ବିଶେଷକରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବିଜେଡିରୁ ଟିକେଟ ବଞ୍ଚିତ ହେବା ପରେ ବିଜେପିକୁ ଯାଇଥିବା ସମୀର ଦାସଙ୍କ ପାଇଁ ଏକ ଲଜ୍ଜ୍ୟାଜନକ ପରିସ୍ଥିତି ସୃଷ୍ଟି ହୋଇଛି ।
ଉଲ୍ଲେଖଯୋଗ୍ୟ, ୧୧ ସଦସ୍ୟ ଏନଏସିରେ ୮ ଜଣ ସଦସ୍ୟ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଆଜି ଅନୁଷ୍ଠିତ ଅନାସ୍ଥା ଭୋଟରେ ୮ଟି ଭୋଟର ଆବଶ୍ୟକ ହେଉଥିଲା । କିନ୍ତୁ, ଅନାସ୍ଥା ଭୋଟ ବିପକ୍ଷରେ ସାତଟି ଭୋଟ ପଡିଥିଲା ବେଳେ ଗୋଟିଏ ଭୋଟ ନାକଚ ହୋଇ ଯାଇଥିଲା ।
ବିଜୁ ଜନତା ଦଳ ତରଫରୁ ଦିଆଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥିବା ବିଭିନ୍ନ ପଦରେ ଥିବା ବ୍ୟକ୍ତିଙ୍କୁ ପ୍ରଲୋଭନ ମାଧ୍ୟମରେ ପଦଚୁ୍ୟତ କରିବା ପାଇଁହୀନ ଉଦ୍ୟମ କରିଆସୁଛି ବିଜେପି ।ବିଜେପିର ଏହି ଉଦ୍ୟମ ଆଜି ପଣ୍ଡ ହୋଇଯାଇଛି ।ବିଜେପିର ଏହି ଅନୈତିକ କାର୍ଯ୍ୟ ପଦାରେ ପଡିବା ସଙ୍ଗେସଙ୍ଗେ ଆଗାମୀ ଦିନ ପାଇଁଏହା ଏକ ସତର୍କ ଘଣ୍ଟି ସଦୃଶ ହୋଇଛି ।

Leave A Reply

Your email address will not be published.