ପଦ୍ମପୁର :- ‘ ଅଙ୍ଗ ମଞ୍ଚ ” କାର୍ଯ୍ୟାଳୟରେ ନୁଆଁ ଖାଈ ଭେଟ ଘାଟର ରୂପରେଖ ଏ.ବି.ସି.ଡି ପଦ୍ମପୁର ସଭାପତି ଅନିଲ ବେହେରାଙ୍କ ସଭାପତିତ୍ବରେ ପ୍ରସ୍ତୁତି ହୋଇ ଯାଇଛି l ସମ୍ପାଦକ ରଘୁନାଥ ପୁରୀ ଉପସ୍ଥିତ ସଭ୍ୟ ଓ ବରିଷ୍ଠ ମାର୍ଗଦର୍ଶକ ତଥା ପରାମର୍ଶ ଦାତା ଅଧ୍ୟାପକ କେଶରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର, ରମେଶ ଗୁର୍ଲ୍ଲା, ମେଡ଼ିଆ ପ୍ରମୁଖ ଗୋପବନ୍ଧୁ କୁମ୍ଭାର, ଭିଡ଼ିଓ ଗ୍ରାଫିଷ୍ଟ ବିକ୍ରମ ଭାଇ, ମନିଷ ରଥ ପ୍ରମୁଖ ସହ ଅନୁଷ୍ଠାନର ସଦସ୍ୟ ଶାନ୍ତସଂଗ୍ରାମ ଭୋଇ, ସହ ସମ୍ପାଦକ ପ୍ରତାପ ନାଥ, ଅମୀୟ ପୁରୋହିତ, ସୁମନ୍ତ ସାହୁ ଉପସ୍ଥିତ ସଭ୍ୟଙ୍କୁ ସ୍ୱାଗତ କରିଥିଲେ l ପାରମ୍ପରିକ ଭାବେ ଝାଙ୍କରଙ୍କ ପୂଜାର୍ଚନା ପରେ ପ୍ରାରମ୍ଭିକ ସଂଗୀତ ରାଜେଶ ଗୁର୍ଲା ଓ ସୁରେନ୍ଦ୍ର ସାହୁ, ସାଂସ୍କୃତିକ ଦଳ ପାଇଁ ଆଇନଜୀବୀ ଲିଙ୍ଗରାଜ ସାହୁ, ରମେଶ ଗୁର୍ଲ୍ଲା, ଗୋପବନ୍ଧୁ କୁମ୍ବାର, ଉତ୍କୃଷ୍ଟ ଚାଷୀ ସମ୍ମାନ ମନୋନୟନ ଶାନ୍ତ ସଂଗ୍ରାମ ଭୋଇ, ସାହସିକ ପୁରସ୍କାର, ବିଶେଷ ସେବା, ଉଦଘୋଷକ ଅଞ୍ଜନ, ସୋନାଲିକା, ସଂଗୀତ ପାଇଁ ଶକ୍ତି ସ୍ୱରୂପା ଓ ଆଦ୍ୟା, ପ୍ରଜ୍ଞାପ୍ରାପ୍ତି ନାଥ, ରଙ୍ଗୋଲି ଝୋଟି ଆସନ୍ତା 01.08.2024 ରବିବାର ମାରୱାଡି ଧର୍ମଶାଳାରେ ସଂଯୋଜନା ପାଇଁ ଜୁନିଅର ଓ ସିନିଅର ଗ୍ରୁପ ସହଦେଵ, ପ୍ରତାପ, ଗୋପ, ବିକ୍ରମ, ବ୍ୟଙ୍ଗ କବି ରମେଶ, ନାଟ୍ୟକାର ଅଶୋକ ବହିଦାର, ମଞ୍ଚ ସଜ୍ଜା ରମେଶ ଗୁର୍ଲା ଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା l ଶେଷରେ ସମ୍ପାଦକ ରଘୁନାଥ ପୁରୀ ଧନ୍ୟବାଦ ପ୍ରଦାନ କଲେ l
Sign in
Sign in
Recover your password.
A password will be e-mailed to you.