ପଦ୍ମପୁର :- ପବିତ୍ର ଶ୍ରାବଣ ଶେଷ ସୋମବାର ରେ ପଶ୍ଚିମ ଓଡିଶା ର ତୀର୍ଥପୀଠ ନୃସିଂହନାଥ ଠାରୁ ପ୍ରାୟ ଏକ ଶହ ପଚାଶ କାଉଡିଆ ଜଳଧରି ନିଜ ଗ୍ରାମ ତାଳପଦର କୁ ପ୍ରତିବର୍ଷ ପରି ଚାଲି ଚାଲି ଆସି ମହାଦେବ ଙ୍କ ନିକଟରେ ଜଳାଭିଷେକ କରିଛନ୍ତି l କାଉଡିଆ ମାନେ ଶନିବାର ଅପରାହ୍ନ ତିନିଟା ରୁ ନୃସିଂହନାଥ ରୁ ବାହାରି ସୋମବାର ସକାଳେ ପହଞ୍ଚିଥିଲେ l ଏଥିରେ ଗ୍ରାମର ଅନେକ ସମାଜସେବୀ ରାସ୍ତାକୁ ଯାଇ କାଉଡିଆ ମାନଙ୍କସେଵା କରିଥିଲେ l ସୋମବାର ସକାଳେ ଶିବଙ୍କ ପାଖରେ ଜଳ ଅର୍ପଣ କରିବା ପରେ ସମସ୍ତଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ଥା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.