ସ୍ବାମୀ, ସ୍ତ୍ରୀ ଙ୍କ କଳହରୁ ଚାଲିଗଲା ଦୁଇ ଜୀଵନ ।

5

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା ):  ଖଲ୍ଲିକୋଟ ବ୍ଳକ୍ ତଥା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଗ୍ରାମରେ ଖେଳି ଯାଇଛି ଶୋକର ଛାୟା। ରାକ୍ଷୀ ପୂର୍ଣିମା ଭାଇ ହାତରେ ଭଉଣୀ ଵାନ୍ଧିଥାନ୍ତା ରାକ୍ଷୀ । କିନ୍ତୁ ତା ପୂର୍ବରୁ ଦେଖିବାକୁ ମିଳିଛି ଅଘଟଣ । ଏସଂକ୍ରାନ୍ତରେ କହିବାକୁ ଗଲେ, ଲଙ୍ଗଳେଶ୍ବର ଗ୍ରାମର ରଶ୍ମିତା ଦଳେଇ ଓ ସ୍ବାମୀ ଦିଲ୍ଲୀପ ଦଳେଇ ଉଭୟେ ଆତ୍ମହତ୍ୟା କରିଛନ୍ତିବୋଲି ପରିଦୃଶ୍ୟ ମାନ ହୋଇଥିଲା। ରଶ୍ମିତା ଦଳେଇ ବେକରେ ଲୁଗା ଗୁଡେଇ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ଦିଲ୍ଲୀପ ଙ୍କ ମରଶରୀର ତାଙ୍କ ପାଦ ତଳେ ଦଣ୍ଡାୟମାନ ହୋଇ ଥିବା ଜଣାପଡ଼ିଛି । ଏମାନଙ୍କ ର ପୁଅ ଓ ଝିଅ ଦୁଇଜଣ ସନ୍ତାନ ଅଛନ୍ତି । ଏଅଵସରରେ ଖଲ୍ଲିକୋଟ ଥାନା ଅଧିକାରୀ ଙ୍କୁ ଜଣାଇଥିଲେ, ଏବଂ ଖଲ୍ଲିକୋଟ ର ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ ଓ ଭେଜିପୁଟଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ତଥା ଅନ୍ୟାନ୍ୟ ପୋଲିସ୍ କର୍ମଚାରୀ ମାନେ ସେଠାରେ ପହଞ୍ଚିଥିଲେ। ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଅଜୟ କୁମାର ସ୍ବାଇଁ ମାଜିଷ୍ଟ୍ରେଟ ସ୍ତରୀୟ ଅଧିକାରୀ ନିରୀକ୍ଷକ ଭାବେ ଯାଞ୍ଚ୍ କରିସାରିବା ପରେ ପୋଲିସ୍ ଉକ୍ତ ଶଵଦ୍ଵୟକୁ ଜବତ୍ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଆତ୍ମହତ୍ୟାର ର କାରଣ ଅସ୍ପଷ୍ଟ ରହିଛି ବୋଲି ଜଣାପଡିଛି।
ଖଲ୍ଲିକୋଟ ପୋଲିସ ଏ କ୍ଷେତ୍ରରେ ଅଧିକ ତନାଘନା କରି ଵାର ପରିଲକ୍ଷିତ ‌ହୋଇଛି। ଏବଂ ତା ସଙ୍ଗେ ସଙ୍ଗେ ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ କହିବାକୁ ଗଲେ
ଶଵବ୍ୟଵଚ୍ଛଦ ପରେ ପ୍ରକତ ରହସ୍ୟ ଉନ୍ମୋଚନ ହେବ ବୋଲି ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି।

Leave A Reply

Your email address will not be published.