ବନ୍ୟ ପ୍ରାଣୀ ସପ୍ତାହ ରେ ଚିତ୍ରାଙ୍କନ ପ୍ରତିଯୋଗିତା

5

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୭/୦୮/୨୪ ଡାବୁଗାଁ ବନ ବିଭାଗ ତରଫରୁ ବନ୍ୟ ପ୍ରାଣୀ ସପ୍ତାହ ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସଦର ବିଭିନ୍ନ ବିଦ୍ୟାଳୟ ର କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଭାଗ ନେଇଥିଲେ। କନିଷ୍ଠ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ” ଆମ ଚତୁର୍ପାଶ୍ୱର ବନ୍ୟ ପ୍ରାଣୀ” ଓ ବରିଷ୍ଠ ବର୍ଗ ପାଇଁ “ଓଡ଼ିଶାର ବିରଳ ବନ୍ୟ ପ୍ରାଣୀ” ଥିମ୍ ରହିଥିଲା। ଏଥିରେ କନିଷ୍ଠ ବିଭାଗ ରେ ଡାବୁଗାଁ କନ୍ୟାଶ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଗୌରୀ ଗଣ୍ଡ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଆଦିତ୍ୟ ଚୌଧୁରୀ ଦ୍ଵିତୀୟ ଓ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀ ଆଦିତି ସିଂ ଲାଲ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ବରିଷ୍ଠ ବର୍ଗର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଏଲ କେ ଲଳିତ କୁମାର ପ୍ରଥମ, ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଅମୁଧର ସାନ୍ତା ଦ୍ଵିତୀୟ ଓ ଚିନୁଆ ଜାନି ତୃତୀୟ ସ୍ଥାନ ହାସଲ କରିଥିଲେ। ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ବାଇଁ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଜଂଗଲୀ ଜୀବଜନ୍ତୁ ଙ୍କ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ଉପରେ ଆଲୋକପାତ କରିଥିଲେ।ବିଶ୍ୱରେ ଦୃତ ଗତିରେ କଳକାରଖାନା ବୃଦ୍ଧି ଜଙ୍ଗଲ ଅବକ୍ଷୟ ଯୋଗୁଁ ତାପମାନ ବୃଦ୍ଧି ହୋଇ ଜଳବାୟୁ ରେ ବିରାଟ ପରିବର୍ତନ ଘଟୁଛି। ଦିନକୁ ଦିନ ପୃଥିବୀ ର ତାପମାନ ବୃଦ୍ଧି ହେଉଥିବାରୁ ଏହାର ସୁରକ୍ଷା ପାଇଁ ପ୍ରତ୍ୟେକ ନିଜ ଜୀବନ କାଳ ମଧ୍ୟରେ ବୃକ୍ଷ ଟିଏ ଲଗାଇ ତାହାର ଯତ୍ନ ନେବାକୁ କହିଥିଲେ। ପରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଦିଗାମ୍ବର ବେହେରା ପରିଚାଳନା କରିଥିବା ବେଳେ ଶିକ୍ଷକ ରମାକାନ୍ତ ଲେଙ୍କା ଓ ସୁପ୍ରିୟା ମହାଙ୍କୁଡ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ,ବନରକ୍ଷୀ ମନୋରଞ୍ଜନ ନାୟକ,କାର୍ତ୍ତିକ ମାଝୀ, ଉମାକାନ୍ତ ମିଶ୍ର ଓ ଅନିତା ହିଆଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.