ପଦ୍ମପୁର :- ରକ୍ଷା ବନ୍ଧନ ହେଉଛି ସ୍ନେହ,ପ୍ରେମ ଏବଂ ପ୍ରତିଜ୍ଞା ର ପର୍ବ | ଆଜି ଏହି ଖୁସି ର ପର୍ବକୁ ୱିନର୍ ବ୍ରାଇଟ୍ ଫ୍ୟୁଚର୍ ବିଦ୍ୟାଳୟର କୁନି କୁନି ପିଲାମାନେ ପାଳନ କରିଛନ୍ତି | କୁନି କୁନି ପିଲାମାନେ ପ୍ରିନ୍ସିପାଲ ମ୍ୟାଡମ , ଶିକ୍ଷକ ଶିକ୍ଷୟତ୍ରୀ , ଡ୍ରାଇଭର୍ ,ହେଲପର୍ ଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ | ଏହା ପରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ହୋଇଥିଲା | ଏହି ପ୍ରତିଯୋଗିତାରେ ପିଲାମାନେ ରାକ୍ଷୀ ତିଆରି କରିଥିଲେ , ଥାଳ ସଜେଇ ଥିଲେ ଏଵଂ ବିଭିନ୍ନ ରଙ୍ଗ ଦେଇ ରଙ୍ଗୋଲି ତିଆରି କରିଥିଲେ | ବିଦ୍ୟାଳୟ ର ଚେୟାରମ୍ଯାନ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର , ପ୍ରିନ୍ସିପାଲ ଶ୍ରୀମତି ଅପାଲି ଅପରାଜିତା ଦାସ , କୋଡିନେଟର୍ ଶ୍ରୀମତି ନିବେଦିତା ଦାଶ , ଶିକ୍ଷକ ଶିକ୍ଷୟିତ୍ରୀ ଏଵଂ ସମସ୍ତ କର୍ମଚାରୀ ବୃନ୍ଦ ଙ୍କ ସହଯୋଗରେ ଆଜିର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
Next Post