ଶାସକ ପ୍ରଶାସକ:: ମୟୂରଭଞ୍ଜ ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ : ଆସନ୍ତା ସେପ୍ଟେମ୍ବର ମାସ ୦୬ ତାରିଖ ଟିକୁ କଲା ଦିବସ ପାଳନ କରିବା ଅବସରରେ ୧୫ ତାରିଖ ଗୁରୁବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାରସକଣା ବ୍ଲକ କୁଡୁମୀ ସେନା ସଭାପତି କାହ୍ନୁ ଚରଣ ମହାନ୍ତଙ୍କ ସଭାପତିତ୍ବ ରେ ଉପସ୍ଥିତ କାର୍ଯ୍ୟକାରୀ ସଦସ୍ୟ ମାନଙ୍କୁ ନେଇ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ସେପ୍ଟେମ୍ବର ମାସ ୦୬ ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା, ବାରିପଦା ଜିଲ୍ଲାପାଳ ଙ୍କ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ପାଳନ କରାଯିବାର ସିଦ୍ଧାନ୍ତ ନିଆଯାଇଛି । ତେବେ ଏହି କଳା ଦିବସ ପାଳନ ନିମନ୍ତେ ସାରସକଣା ବ୍ଲକ ର ପ୍ରତେକ ଗ୍ରାମ ଗୁଡ଼ିକରୁ ଶତାଧିକ କୁଡୁମୀ ମାନଙ୍କୁ ଯୋଗଦାନ କରିବା ପାଇଁ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ମାନଙ୍କୁ ଆହ୍ବାନ ଦିଆ ଯାଇଛି । ତେବେ କିପରି ଭାବେ ଅଧିକରୁ ଅଧିକ କୁଡମି ମାନେ ଯାଇ ସେଠାରେ ଯୋଗ ଦେବେ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ଏହି ବୈଠକରେ ବ୍ଳକର ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ସାଇ ରାମ ମହାନ୍ତ , ଶ୍ରୀ ବିଶ୍ୱ ନାଥ ମହାନ୍ତ, ଶ୍ରୀ ଶୀତେଶ ମହାନ୍ତ, ଶ୍ରୀ କୁବେର ମହାନ୍ତ ଏବଂ ଛାତ୍ର ନେତା ଶ୍ରୀ ଅଜିତ ମହାନ୍ତ, ଶ୍ରୀ ମହେଶ୍ୱର ମହାନ୍ତ, ଶ୍ରୀ ପପୁ ମହାନ୍ତ , ଶ୍ରୀ ବ୍ରଜ କିଶୋର ମହାନ୍ତ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.