ବଲାଙ୍ଗିର : ସାରା ଦେଶରେ ୭୮ ତମ ସ୍ବାଧିନତା ଦିବସ ପାଳନ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ରେ ମଧ୍ୟ ବିଭିନ୍ନ ସ୍ଥାନରେ ଆଜି ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ବଲାଙ୍ଗିର ମ୍ୟୁନିସିପାଲଟି କାର୍ଯ୍ୟଳୟ ରେ ସ୍ଵାଧୀନତା ଦିବସ ପାଳନ କରାଯାଇଛି | ପୌରାଧ୍ୟକ୍ଷ୍। ଲୀକା ସାହୁ ଜାତୀୟ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ରେ ସହିଦ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମୃତିଚlରଣ କରିଥିଲେ ପରେ ରାଜେନ୍ଦ୍ର ପାର୍କ ଠାରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟ ଅର୍ପଣ କରିବା ପରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ |
ଏହି କାର୍ଯ୍ୟ କ୍ରମରେ ସମସ୍ତ କାଉନସିଲର ଶମ୍ଭୁ ନାଗ, ଲଲାଟେନ୍ଦୁ ପଟ୍ଟନାୟକ,ପିଙ୍କି କବାଟ,ନନ୍ଦିନୀ ପୋଢ଼, ଶତ୍ରୁଘ୍ନ ବାଗ ଙ୍କ ସହିତ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ଙ୍କ ସମେତ ସମସ୍ତ ପୌର ପରିଷଦ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।