କିଟ୍‍ ଓ କିସରେ ସ୍ୱାଧୀନତା ଦିବସ

6

ଭୁବନେଶ୍ୱର: କିଟ୍‍, କିସ୍‍, କିମ୍‍ସ, କିଟ୍‍ ପବ୍ଲିକ୍‍ ସ୍କୁଲ୍‍ ଓ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ଗୁରୁବାର ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କିସ୍‍ର ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ସାମନ୍ତ କହିଲେ, ସମାଜର ବିକାଶରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ବିଶେଷ କରି ଗୁଣାତ୍ମକ ଶିକ୍ଷା ଜରିଆରେ ସମାଜର ଦୁର୍ବଳ ବର୍ଗ ତଥା ଜନଜାତି ଛାତ୍ରଛାତ୍ରୀଙ୍କ ବିକାଶ ହୋଇପାରିବ। ଶିକ୍ଷା ଜରିଆରେ ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କିସ୍‍ ଜନଜାତିଙ୍କ ବିକାଶ କରିଆସୁଛି। ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ଲାଭ କରିପାରିଲେ ସ୍ୱାଧୀନତାର ମୂଲ୍ୟ ବୁଝିପାରିବେ ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମେକ୍‍ସିକୋର ବିଶିଷ୍ଟ ଟେଲିଭିଜନ ଶୋ ମେକର ସେଫ୍‍ ଚାର୍ଲି ରୁବିଓ, କିଟ୍‍ ଓ କିସ୍‍ ସମ୍ପାଦକ ଆର ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, କିସ୍‍ର ମହାନିର୍ଦ୍ଦେଶକ କାହ୍ନୁ ଚରଣ ମାହାଲି ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ କିସ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ୍‍ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି କିଟ୍‍ ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ସିଂହ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନାଲିସା ବଳ, କିମ୍‍ସରେ ସ୍କୁଲ୍‍ ଅଫ୍‍ ମେଡ଼ିସିନ୍‍ର ଅଧ୍ୟକ୍ଷ ବ୍ରିଗେଡିୟର ଡା. ଅମ୍ବିକା ପ୍ରସାଦ ମହାନ୍ତି ଓ କିଟ୍‍ ପବ୍ଲିକ୍‍ ସ୍କୁଲରେ ସ୍କୁଲ୍‍ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ତ୍ରିପାଠୀ ପତାକା ଉତ୍ତୋଳନ କରିଥିବା କରିଥିଲେ।

Leave A Reply

Your email address will not be published.