ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ପେଟ ରୋଗ ପାଇଁ ଅତ୍ୟାଧୁନିକ ଚିକିତ୍ସା

5

ଭୁବନେଶ୍ୱର ୧୬/୦୮, ମଣିପାଲ୍ ହସ୍ପିଟାଲ ଭୁବନେଶ୍ୱର ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ବିଭିନ୍ନ ପ୍ରକାର ପେଟ ରୋଗ ଏବଂ ପ୍ରାଥମିକ ସ୍ତରରେ ପେଟ ଭିତରେ ହେଉଥିବା ବିଭିନ୍ନ ପ୍ରକାର କ୍ୟାନସର ଚିହ୍ନଟ ଏବଂ ଏହାର ସଫଳ ଚିକିତ୍ସା ପାଇଁ ଏଠାରେ ଉପଲବ୍ଧ ହୋଇଛି ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ମେସିନ୍ OLYMPUS EVIS X1 ଏବଂ ଏଣ୍ଡୋସ୍କୋପିକ୍ ଅଲଟ୍ରାସାଉଣ୍ଡ EU-ME3 ମେସିନ୍ । ଏହା ସହିତ ଯେଉଁ ବ୍ୟକ୍ତିଙ୍କ ଖାଦ୍ୟ ଗିଳିବାରେ ଅସୁବିଧା ସୃଷ୍ଟି କରେ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟ ଖାଦ୍ୟନଳୀ, ପେଟ ଏବଂ କୋଲୋନିକ୍ କର୍କଟ ପାଇଁ ଏଣ୍ଡୋସ୍କୋପିକ୍ ସବ୍ମ୍ୟୁକୋସାଲ ଡିସେକସଁ ନ (ESD) ଏବଂ ଆଚାଲାସିଆ କାର୍ଡିଆ ସଫଳ ଚିକିତ୍ସା ପାଇଁ ପେରୋରାଲ ଏଣ୍ଡୋସ୍କୋପିକ୍ ମାୟୋଟୋମି (POEM) ପ୍ରଚଳନ କରିଛି ।
ଏହି ସବୁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସାହାଯ୍ୟରେ ବର୍ତ୍ତମାନ ମଣିପାଲ ହସ୍ପିଟାଲରେ ବର୍ତ୍ତମାନ ପ୍ରାଥମିକ ଷ୍ଟେଜ୍ରେ ଗ୍ୟାଷ୍ଟ୍ରିକ୍ କ୍ୟାନସର, ପାକସ୍ଥଳୀ କ୍ୟାନସର, କଲୋନ୍ କ୍ୟାନସର ସମେତ ବିଭିନ୍ନ ପ୍ରକାର ପେଟ ରୋଗର ନିରୁପଣ ଓ ସଫଳ ଚିକିତ୍ସା ସୁଲଭ ମୁଲ୍ୟରେ କରାଯାଇ ପାରିବ । ସାଧାରଣତଃ ଏହି ସବୁ ରୋଗର ଚିକିତ୍ସା ପାଇଁ ଅନେକ ରୋଗୀ ରାଜ୍ୟ ବାହାରକୁ ଯାଇଁ ଅଧିକ ଖର୍ଚ୍ଚାନ୍ତ ହେବା ସହିତ ଅଧିକ ସମୟ ମଧ୍ୟ ଅତିବାହିତ କରୁଥିଲେ । ହେଲେ ବର୍ତ୍ତମାନ ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱର ଠାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା , କମ୍ ଖର୍ଚ୍ଚରେ ଏହି ସବୁ ଚିକିତ୍ସା ଉପଲବ୍ଧ ହେବ ।
ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱରର ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ ବେହେରାଙ୍କ ମତରେ,“OLYMPUS EVIS X1” ହେଉଛି ଏକ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ମେସିନ୍ ଯାହା ପ୍ରାଥମିକ ଷ୍ଟେଜ୍ରେ ରୋଗକୁ ଚିହ୍ନଟ କରିବାରେ ସାହାର୍ଯ୍ୟ କରିଥାଏ । ଯାହା ଫଳରେ ଅନେକ ରୋଗୀ ସଫଳତାର ସହିତ ଚିକିତ୍ସା ହୋଇ ଏକ ସୁସ୍ଥ୍ୟ ଓ ନିରୋଗ ଜୀବନ ଅତିବାହିତ କରୁଛନ୍ତି ।
ସେହିଭଳି ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱରର ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଜ୍ଞାନ ରଞ୍ଜନ ରାଉତ ଏଣ୍ଡୋସ୍କୋପିକ୍ ଅଲଟ୍ରାସାଉଣ୍ଡ EU-ME3 ମେସିନ୍ ଅଗ୍ନାଶୟ ଜନିତ ରୋଗ ପାଇଁ ଟିସୁ ନମୁନା ସଂଗ୍ରହ କରିବା କିମ୍ବା ପିତ୍ତନଳୀ ଜନିତ ସମସ୍ୟାର ଚିହ୍ନଟ ଓ ଚିକିତ୍ସା କ୍ଷେତ୍ରରେ ବହୁତ୍ ମାତ୍ରାରେ ସହାୟକ ହେବ ବୋଲି ସୂଚନା ଦେଇଛନ୍ତି ।
ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଶକ୍ତିମୟ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି । ସମୟ ସହିତ ଉନ୍ନତି ହୋଇଛି ଚିକିତ୍ସା ବିଜ୍ଞାନ । ଓଡ଼ିଶା ବାସୀଙ୍କୁ ସୁଲଭ ମୂଲ୍ୟରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅତ୍ୟାଧୁନିକ ଚିକିତ୍ସା ଦେବା ପାଇଁ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ । ଏହି ଅତ୍ୟାଧୁନିକ ଏଣ୍ଡୋସ୍କୋପି ପ୍ରଣାଳୀର ଚିକିତ୍ସା ନିଶ୍ଚିତ ଭାବରେ ରୋଗୀଙ୍କୁ ପ୍ରଥମିକ ସ୍ତରରେ ଗ୍ୟାଷ୍ଟ୍ରିକ୍ କ୍ୟାନସର ସମେତ ଅନ୍ୟାନ୍ୟ ପେଟ ରୋଗର ସଫଳ ଚିକିତ୍ସାରେ ସହାୟକ ହେବ । ଆଗାମୀ ଦିନରେ ମଣିପାଲ ଭୁବନେଶ୍ୱରର ଅନ୍ୟାନ୍ୟ ବିଭାଗକୁ ଅପଗ୍ରେଡ୍ କରି ଏହାକୁ କେବଳ ଓଡ଼ିଶାରେ ନୁହେଁ ପୂର୍ବ ଭାରତର ଏକ ଅଗ୍ରଣୀ ହସ୍ପିଟାଲ୍ ଭାବରେ ପରିଚୟ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି ।

Leave A Reply

Your email address will not be published.